ଓଡ଼ିଶାଲାଇଭ୍ ବ୍ୟୁରୋ

ବଡ଼ ପରଦାରେ ପୁଣି କମାଲ କରିବେ ଟମ୍ ଏବଂ ଜେରୀ। ମୂଷା ବିଲେଇର ଏହି ମଜାଦାର ଝଗଡ଼ାକୁ ଦେଖି ପୁଣି ହସି ହସି ବେଦମ ହେବେ ଦର୍ଶକ। ୱାର୍ନର ବ୍ରଦର୍ସ ଦ୍ୱାରା ନିର୍ମିତ କାର୍ଟୁନ୍ ଭିତ୍ତିକ ଫିଲ୍ମ ‘ଟମ୍ ଆଣ୍ଡ ଜେରି’ର ଟ୍ରେଲର ରିଲିଜ୍ ହୋଇସାରିଛି, ଯାହାକୁ ନେଇ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

‘ଟମ୍ ଏବଂ ଜେରି’ ଫିଲ୍ମର ଟ୍ରେଲରକୁ ମଙ୍ଗଳବାର ରିଲିଜ୍ କରାଯାଇଛି। ମାତ୍ର କେଇ ଘଣ୍ଟା ଭିତରେ ଏହାକୁ ଶତାଧିକ ଲୋକ ପସନ୍ଦ କରିବା ସହିତ ଏହାର ଟ୍ରେଲରକୁ ପ୍ରଶଂସା କରିଛନ୍ତି।ଟମ୍ ଆଣ୍ଡ ଜେରି ଏକ ଲୋକପ୍ରିୟ କାର୍ଟୁନ୍ ସିରିଜ୍ ଭାବେ ବେଶ ଲୋକପ୍ରିୟ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପସନ୍ଦ କରିଥାନ୍ତି। ଜେରି ଏବଂ ଟମ୍ ଭିତରେ ଏହି ମଜାଦାର ଝଗଡ଼ାକୁ ଲୋକମାନଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥାଏ। ଯେଉଁ କାରଣରୁ ଏହାକୁ ନେଇ ଏହି ଫିଲ୍ମ ରିଲିଜ୍ କରାଯାଉଛି ବୋଲି କୁହାଯାଉଛି।

ତେବେ ଏହି ଫିଲ୍ମଟି ପୂରାପୂରି ଆନିମେଟେଡ୍ ଫିଲ୍ମ ନୁହେଁ। ଏଥିରେ ଅନ୍ୟ ଅଭିନେତାମାନେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କ ସହିତ ଟମ୍ ଆଣ୍ଡ ଜେରି ଏହି ଫିଲ୍ମରେ ନଜର ଆସିବେ।

Comment