ଓଡ଼ିଶାଲାଇଭ୍ ବ୍ୟୁରୋ

  • ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ
  • ରମାଦେବୀ ବିଶ୍ୱବିଦ୍ୟାଳୟ – ପ୍ରଫେସର ଅପରାଜିତା ଚୌଧୁରୀ
  • ଉତ୍କଳ ବିଶ୍ୱବିଦ୍ୟାଳୟ – ପ୍ରଫେସର ସବିତା ଆଚାର୍ଯ୍ୟ
  • ଫକିର ମୋହନ ବିଶ୍ୱବିଦ୍ୟାଳୟ – ପ୍ରଫେସର ଦିନବନ୍ଧୁ ସାହୁ
  • ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ – ପ୍ରଫେସର ଏନ୍ ନାଗାର୍ଜୁନ
  • ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ – ପ୍ରଫେସର କିଶୋର କୁମାର ବାସା
  • ଖଲିକୋଟ ବିଶ୍ୱବିଦ୍ୟାଳୟ – ପ୍ରଫେସର ପ୍ରଫୁଲ ମହାନ୍ତି

ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତିଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। କୁଳାଧିପତି ଭାବେ ନିଜର ଦାୟିତ୍ୱ ସମ୍ପାଦନ କରି ରାଜ୍ୟପାଳ ନୁଆ କୁଳପତିମାନଙ୍କୁ ନିଯୁକ୍ତି ଦେଇଛନ୍ତି।

ପ୍ରଫେସର ଅପରାଜିତା ଚୌଧୁରୀଙ୍କୁ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି। ସେହିଭଳି ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ପ୍ରଫେସର ଦିନବନ୍ଧୁ ସାହୁଙ୍କୁ ଫକିର ମୋହନ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ଦିଆଯାଇଛି।

ଏହାସହ ପ୍ରଫେସର ଏନ୍ ନାଗାର୍ଜୁନଙ୍କୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ପ୍ରଫେସର କିଶୋର କୁମାର ବାସାଙ୍କୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ପ୍ରଫେସର ପ୍ରଫୁଲ୍ ମହାନ୍ତିଙ୍କୁ ଖଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍।ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଥିବା ପ୍ରଫେସର ଅପରାଜିତା ଚୌଧୁରୀ ପୂର୍ବରୁ କଲେଜ ବିକାଶ ପରିଷଦର ନିର୍ଦ୍ଦେଶକ ଥିଲେ। ତା’ସହ ସେ ୩୭ ବର୍ଷ ଧରି ଗୃହ ବିଜ୍ଞାନର ଜଣେ ପ୍ରଫେସର ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିଛନ୍ତି। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଥିବା ପ୍ରଫେସର ସବିତା ଆଚାର୍ଯ୍ୟ ସେହି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିଲେ। ସେ ଦୀର୍ଘ ୨୬ ବର୍ଷ ଧରି ଅଧ୍ୟାପନା କ୍ଷେତ୍ରରେ ରହିଛନ୍ତି।

ଅନ୍ୟପଟେ ଫକିର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିବା ଦିନବନ୍ଧୁ ସାହୁ ବର୍ତ୍ତମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଛନ୍ତି। ସେ ଖୁବଶୀଘ୍ର ନିଜ ନୂଆ ପଦର ଦାୟିତ୍ୱ ନେବେ ବୋଲି କୁହାଯାଇଛି।

ସେହିପରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଥିବା ଏନ୍ ନାଗାର୍ଜୁନ କର୍ଣ୍ଣାଟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗରେ ପ୍ରଫେସର ଅଛନ୍ତି। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଥିବା ପ୍ରଫେସର କିଶୋର ବାସ୍ରା ଏବଂ ଖଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି କିଶୋର ମହାନ୍ତି ମଧ୍ୟ ଅଧ୍ୟାପନା ଜଗତରେ ବେଶ ଅନୁଭୁତି ରହିଛି।

Comment