ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ବ୍ୟାନ୍ ହେଲା ଆଉ ୪୩ଟି ମୋବାଇଲ ଆପ୍। ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯ (କ) ଅନୁସାରେ ସରକାର ଏହାକୁ ବ୍ୟାନ କରିଛନ୍ତି। ଭାରତର ଏକତା ଓ ଅଖଣ୍ଡତା ପ୍ରତି ବିପଦ ଥିବା ଦର୍ଶାଇ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।
ଏହି ଆପ୍ ଭିତରେ ସ୍ନାକ ଭିଡିଓ, ସ୍ୱି ଡେଟ, ରେଲା, କ୍ୟାମ କାର୍ଡ, ମାଙ୍ଗୋ ଟିଭି, ଡିଙ୍ଗ୍ ଡକ୍, ହାପି ଫିସ ଆଦି ରହିଛି।
ଏହାପୂର୍ବରୁ ଭାରତ ସରକାର ଜୁନ୍ ୨୯ରେ ଟିକ୍ଟକ ସମେତ ୫୯ ଚାଇନିଜ୍ ଆପ୍ ବ୍ୟାନ କରିଥିଲେ। ଏହାପରେ ଜୁଲାଇ ୨୭ରେ ପବଜି, ଜିଲି, ଫେସୟୁ, ନେଟିଜ୍ ଗେମ୍ସ୍, ୟୁଲାଇକ୍ ଭଳି ଆଉ ୪୭ଟି ଆପ୍ ଉପରେ ପ୍ରତିବନ୍ଧକ ଲାଗିଥିଲା। ସେହିପରି ସେପ୍ଟେମ୍ବର ୨ରେ ଗେମ୍ ଅଫ ସୁଲତାନ, ପବଜି ମୋବାଇଲ୍ ଲାଇଟ୍,ସୁପର କ୍ଲିନ୍ ଭଳି ୧୧୮ଟି ଆପକୁ ବ୍ୟାନ୍ ଘୋଷଣା କରିଥଲେ।