ଓଡ଼ିଶାଲାଇଭ୍ ବ୍ୟୁରୋ

ଏବର୍ଷ ନଦୀଘାଟରେ ଡଙ୍ଗା ଭସାଇବା ମନା। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗାଭସା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ମଙ୍ଗଳବାର ସ୍ଵତନ୍ତ୍ର ରିଲିଫ୍ କମିସନର ଏବାବଦରେ ଏକ ନିର୍ଦ୍ଦେଶନାମା ଜାରି କରି ସୂଚନା ଦେଇଛନ୍ତି।

ଏହି ନିର୍ଦ୍ଦେଶନାମା ଅନୁଯାୟୀ ୩୦ ତାରିଖ ପୂର୍ଣ୍ଣିମା ଦିନ ନଦୀ ଘାଟରେ ଗହଳି, ପୋଖରୀରେ ଗହଳି କରି ଗାଧୋଇବା ଏବଂ ଡଙ୍ଗା ଭସାଇବା ମନା। ଏଥିସହ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରାକୁ ମଧ୍ୟ ବନ୍ଦ କରାଯାଇଛି।

କାର୍ତ୍ତିକ ପୂର୍ଣ୍ଣିମାରେ ଗୋଧଇବା ଏବଂ ଡଙ୍ଗା ଭସାଇବା ପାଇଁ ନଦୀ ଏବଂ ପୋଖରୀମାନଙ୍କରେ ଅନେକ ଲୋକଙ୍କ ଗହଳି ହୋଇଥାଏ। ଯାହାକି ରାଜ୍ୟରେ କରୋନା ସଂକ୍ରମଣକୁ ବଢ଼ାଇପାରେ। ତେଣୁ ଏହି ସ୍ଥିତିକୁ ଦୃଷ୍ଟିରେ ରଖି ନଦୀଘାଟରେ ଡଙ୍ଗା ଭସାଇବା ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି।

Comment