ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୬୪୨ ଆକ୍ରାନ୍ତ, ୧୪ ମୃତ
- ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୧୫,୨୭୧କୁ ବୃଦ୍ଧି
- ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୬୭୧କୁ ବୃଦ୍ଧି
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଜି ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ୬୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍ରୁ ୩୭୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୬୮ ଜଣ ପଜିଟିଭ୍ ଅଛନ୍ତି। ଅନ୍ୟପଟେ ଆଜି ପୁଣି ୧୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।
Covid-19 Report For 23rd November
New Positive Cases : 642
In quarantine: 374
Local contacts: 268(Details of local contacts will be shared by concerned District Administration)
District Wise Cases:
1. Angul: 46
2. Balasore: 25
3. Bargarh: 15
4. Bhadrak: 20
5. Balangir: 16— I & PR Department, Odisha (@IPR_Odisha) November 24, 2020
ଆଜି କେନ୍ଦୁଝରରୁ ସର୍ବାଧିକ ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଡ଼ାରୁ ୬୯ ଜଣ, ସୁନ୍ଦରଗଡ଼ରୁ ୬୬ ଜଣ, ଖୋର୍ଦ୍ଧାରୁ ୬୨ ଜଣ, ଅନୁଗୁଳରୁ ୪୬ ଜଣ, ମୟୂରଭଞ୍ଜରୁ ୪୧ ଜଣ ଆକ୍ରାନ୍ତ ଅଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
22. Mayurbhanj: 41
23. Nawarangpur: 4
24. Nayagarh: 2
25. Nuapada: 69
26. Puri: 17
27. Rayagada: 5
28. Sambalpur: 19
29. Sonepur: 2
30. Sundargarh: 66
31. State Pool: 12New recoveries: 913
Cumulative tested: 5642407
Positive: 315271
Recovered: 306726
Active cases: 6821— I & PR Department, Odisha (@IPR_Odisha) November 24, 2020
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୧୫,୨୭୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୦୬,୭୨୬ ଜଣ ସୁସ୍ଥ ହୋଇଥିବା ବେଳେ ୬,୮୨୧ ଜଣ ସକ୍ରିୟ ରୋଗୀ ଅଛନ୍ତି। ସେହିପରି ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୬୭୧କୁ ବୃଦ୍ଧି ପାଇଛି।














