ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ଜେଏନୟୁର ପୂର୍ବତନ ଛାତ୍ରନେତ୍ରୀ ସେହଲା ରସିଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ଅବଦୁଲ ରସିଦ। ସେହଲା ରସିଦ ବିଦେଶରୁ ଟଙ୍କା ଆଣି ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଥିବା ନେଇ ତାଙ୍କ ବାପା ସୂଚନା ଦେଇଛନ୍ତି। ଅନ୍ୟପଟେ ତାଙ୍କ ବାପାଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିଜେ ସେହଲା।

ଅବଦୁଲ ରସିଦଙ୍କ କହିବା ଅନୁଯାୟୀ, ତାଙ୍କ ଝିଅ ବେରୋଜଗାର ବୋଲି ସବୁଆଡ଼େ କହୁଛନ୍ତି। ହେଲେ ତାଙ୍କ ପାଖରେ ଏବେ କୋଟି କୋଟି ଟଙ୍କା ରହିଛି। ସେ ବର୍ତ୍ତମାନ ଦେଶବିରୋଧୀ କାମରେ ଲିପ୍ତ ଥିବା ଅବଦୁଲ ରସିଦ କହିଛନ୍ତି। ଏହାବାଦ ସେହଲାଙ୍କ ଆକାଉଣ୍ଟକୁ ଯାଞ୍ଚ କରିବା ନିହାତି ଦରକାର ବୋଲି ସେ କହିଛନ୍ତି।ଅନ୍ୟପଟେ ବାପାଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଛାତନେତ୍ରୀ ଜଣକ। ସେ କହିଛନ୍ତି ତାଙ୍କ ବାପା ଲଗାତାର ଭାବେ ତାଙ୍କ ମା’ଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଆସୁଥିଲେ। ଯେଉଁ କାରଣରୁ ତାଙ୍କୁ ଏବେ ସେମାନେ ଘରେ ରଖୁନାହାନ୍ତି। ଏହାର ପ୍ରତିଶୋଧ ନେବା ପାଇଁ ସେ ଏପରି କରୁଛନ୍ତି ବୋଲି ସେହଲା ସୂଚନା ଦେଇଛନ୍ତି।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏନେଇ ସେ ପୋଲିସ ପାଖରେ ମାମଲା ରୁଜୁ କରିଛନ୍ତି। ଖୁବଶୀଘ୍ର ଏହି ଘଟଣାର ପର୍ଦ୍ଦାଫାସ ହେବ ବୋଲି ସେ କହିଛନ୍ତି।

ବାମପନ୍ଥୀ ଚିନ୍ତାଧାରରେ ବିଶ୍ୱାସ ରଖୁଥିବା ସେହଲା ରସିଦ ଜଣେ ଛାତ୍ରନେତ୍ରୀଭାବେ ବେଶ ଜଣାଶୁଣା। ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ଲଗାତାର ସରକାରଙ୍କୁ ଟାର୍ଗେଟ କରିଥାନ୍ତି। ସେ ୨୦୧୫-୧୬ ମସିହାରେ ଜେଏନୟୁ ଛାତ୍ରସଂସଦର ଉପ ସଭାପତି ମଧ୍ୟ ରହିଥିଲେ। ଏହି ସମୟରେ ତାଙ୍କର ସଭାପତି ରହିଥିଲେ ଚର୍ଚ୍ଚିତ ଛାତ୍ରନେତା କହ୍ନେୟା କୁମାର।

Comment