ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରୀ ହତ୍ୟା ମାମଲାର ଖୋଲିବ ରହସ୍ୟ। ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଏସ୍‌ଆଇଟି ନୟାଗଡ଼ ଯାଇ ଆଜିଠୁ ତଦନ୍ତ ଆରମ୍ଭ କରିବ। ତେବେ ପ୍ରଥମେ ପରୀର ଗାଁ ଯଦୁପୁରରୁ ତଦନ୍ତ ହେବ ବୋଲି କହିଛନ୍ତି ଅରୁଣ ବୋଥ୍ରା।

ପରୀକୁ ନ୍ୟାୟ ଦେବା ଦାବିରେ ବିଧାନସଭା ଶୀତ ଅଧିବେଶରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନିଜେ ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ ହୋଇଛି।

ଏହି ଟିମ୍‌ରେ  କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା, ଏଏସ୍‌ପି ଆର୍‌.ସି. ଥାମ୍ବା, ଇନ୍ସପେକ୍ଟର ନରେନ୍ଦ୍ର ବେହେରା ଓ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ଏହି ଟିମ୍‌ରେ ସାମିଲ ହୋଇଛନ୍ତି।

ଅନ୍ୟପଟେ  ପରୀ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ରାଜ୍ୟପାଳଙ୍କୁ ବିଜେପି ପ୍ରତିନିଧି ଦଳ ଭେଟିବେ ବୋଲି ଜଣାପଡ଼ିଛି।

Comment