ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁରରେ ବୁଧବାର ଜିଲ୍ଲାସ୍ତରୀୟ ମତ୍ସ୍ୟ ମହୋତ୍ସବ ପାଳିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ମତ୍ସ୍ୟ ଖାଦ୍ୟର ପ୍ରଦର୍ଶନ ନିମନ୍ତେ ଏହି ମହୋତ୍ସବରେ ଏକ ପ୍ରଦର୍ଶନୀର ଉଦଘାଟନ କରାଯାଇଛି। ସେହିପରି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଜିଲ୍ଲରେ ମାଛ ବ୍ୟବସାୟକୁ ବୃଦ୍ଧି କରିବା ନିମନ୍ତେ ଏକ ମାଛ ବଜାରର ଶୁଭାରମ୍ଭ କରିଛନ୍ତି।

ଜିଲ୍ଲାର କେତେକ ସ୍ଵୟଂ ସହାୟକ ଗୋଷ୍ଠୀ ହାଇଦ୍ରାବାଦ ଯାଇ ତାଲିମ ନେଇ ନିଜେ ବିଭିନ୍ନ କିସମର ଚକୋଲେଟ ତିଆରି କରି ଏହି ମହୋତ୍ସବରେ ପ୍ରଦର୍ଶିତ କରିଥିଲେ। ସେଥିମଧ୍ୟରୁ ନବରଙ୍ଗପୁର ସେନାପତି ସାହି ନିୟୁ କଲୋନୀର ପ୍ରତିଜ୍ଞା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଆଲବେଟିନ ବାଘ ଏବଂ ପାପଡାହାଣ୍ଡିର ସଙ୍ଗୀତା ସାହୁ ଏହି ଚକୋଲେଟ ତିଆରି କରି ମହୋତ୍ସବରେ ପ୍ରଦର୍ଶିତ କରିଥିଲେ।ସ୍ଥାନୀୟ ପୁରୁଣା ମଣ୍ଡେଇ ପଡ଼ିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଉପ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ମତ୍ସ୍ୟ ଅଧିକାରୀ କୁଆଁର ମାରାଣ୍ଡିଙ୍କ ସମେତ କୃଷି ବିଭାଗର ଆଡିସନାଲ ସେକ୍ରେଟାରୀ ମନ୍ମଥ କୁମାର ପାଣି, ସିଫା ଡିରେକ୍ଟର ଡକ୍ଟର ସରୋଜ କୁମାର ସ୍ୱାଇଁ, ଡକ୍ଟର ଏନକେ ବାରିକ, ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ହଳଧର ନିଆଲ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଜିଲ୍ଲାର ବହୁ ସଂଖ୍ୟାରେ ଚାଷୀ ଏବଂ ନବରଙ୍ଗପୁର ଜନସାଧାରଣ ଉପସ୍ଥିତ ରହିଥିଲେ।

Comment