ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୩୭୭ ନୂଆ ଆକ୍ରାନ୍ତ, ୫ ମୃତ
- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୩୯୪କୁ ବୃଦ୍ଧି
- କରୋନା ମୃତ୍ୟୁସଂଖ୍ୟା ୧,୭୬୦କୁ ବୃଦ୍ଧି
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ କମିବାରେ ଲାଗିଛି। ଆଜି ୨୭ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ୩୭୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୨୧୫ ଜଣ ଥିବା ବେଳେ ୧୬୨ଟି ଲୋକାଲ କେସ୍ ରହିଛି। ଅନ୍ୟପଟେ ଆଜି ରାଜ୍ୟରେ ୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୪୭ ଜଣ, ଅନୁଗୁଳରୁ ୨୮ ଜଣ, ମୟୂରଭଞ୍ଜରୁ ୨୫ ଜଣ, କଟକରୁ ୧୮ ଜଣ, ବାଲେଶ୍ୱରରୁ ୧୬ ଜଣ, କେନ୍ଦୁଝରରୁ ୧୩ ଜଣ ପଜିଟିଭ୍ ଅଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Covid-19 Report For 3rd December
New Positive Cases: 377
In quarantine: 215
Local contacts: 162(Details of local contacts will be shared by concerned District Administration)
District Wise Cases:
1. Angul: 28
2. Balasore: 16
3. Bargarh: 11
4. Bhadrak: 9
5. Balangir: 2— I & PR Department, Odisha (@IPR_Odisha) December 4, 2020
ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୩୯୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୧୪,୦୨୩ ଜଣ ସୁସ୍ଥ ହୋଇଥିବା ବେଳେ ୪,୫୫୮ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୭୬୦କୁ ବୃଦ୍ଧି ପାଇଛି।
23. Puri: 13
24. Rayagada: 2
25. Sambalpur: 8
26. Sonepur: 4
27. Sundargarh: 47
28. State Pool: 12New recoveries: 629
Cumulative tested: 6060791
Positive: 320394
Recovered: 314023
Active cases: 4558— I & PR Department, Odisha (@IPR_Odisha) December 4, 2020














