ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ର କୁନି ଝିଅ ପରୀକୁ ନ୍ୟାୟ ଦାବିରେ ବିଜେପି ପଦଯାତ୍ରା କରିବ। ଡିସେମ୍ବର ୨୧ରେ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁର ପର୍ଯ୍ୟନ୍ତ ବିଜେପି ଏହି ବିଶାଳ ପଦଯାତ୍ରା କରିବ। ଏନେଇ ବୁଧବାର ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

‘‘ନୟାଗଡ଼ରେ ଗୋଟିଏ କୁନି ଝିଅକୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏକଥାକୁ ଅଧାର କରି ବିଜେପି ପଦଯାତ୍ରା କରିବ। ଏହାଛଡ଼ା ଡିସେମ୍ବର ୧୫ ତାରିଖରୁ ୨୦ ତାରିଖ ଭିତରେ ଓଡ଼ିଶାର ୧୪୭ ନିର୍ବାଚନ ମଣ୍ଡଳୀରେ ବି ବିଜେପି ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି’’, କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

ଅନ୍ୟପଟେ ବିଜେପିର ଏହି ପଦଯାତ୍ରା ନିଷ୍ପତ୍ତିକୁ ସ୍ୱାଗତ କରିଛି କଂଗ୍ରେସ।  ବିଜେପିର ପଦଯାତ୍ରା ଫଳରେ ସରକାରଙ୍କ ଉପରେ ଚାପ ପଡିବ, ପରୀକୁ ନ୍ୟାୟ ମିଳିବ। କଂଗ୍ରେସ ମଧ୍ୟ ପରୀକୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ ଜୋରଦାର କରିବ। ଏଥିପାଇଁ ଦଳ ଆଲୋଚନା କରୁଛି। ଖୁବଶୀଘ୍ର ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି।

ତେବେ ପରୀର ଗାଁରେ ଏବେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ତଦନ୍ତ ଜାରି ରଖିଛି। କିନ୍ତୁ ଏଥିରେ ସନ୍ତୁଷ୍ଟ ନାହାନ୍ତି ବିରୋଧୀ। ପରୀକୁ ନ୍ୟାୟ ଦାବିରେ ଲଗାତର ସିବିଆଇ ତଦନ୍ତର ଦାବି କରୁଛନ୍ତି ବିରୋଧୀ ଦଳ।

LEAVE A REPLY

Please enter your comment!
Please enter your name here