ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ ସଂସଦ ଭବନ ନିର୍ମାଣ ପାଇଁ ଆଜି ଭୂମିପୂଜା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂସଦ ଭବନ ଲାଗି ଭୂମି ପୂଜା କରିବା ପରେ ଦିନ ୧ଟା ୩୦ରେ ସର୍ବଧର୍ମ ପ୍ରାର୍ଥନା କରାଯିବ। ମୋଦୀ ଏହି ସଭାକୁ ସମ୍ବୋଧନ କରିବେ। ଲୋକସଭା ବାଚସ୍ପତି ଓମ ବିର୍ଲା, ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଗୃଡ ଓ ନଜର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ସାଂସଦ, ରାଷ୍ଟ୍ରଦୂତ ଏହି ଭୂମି ପୂଜା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ତେବେ ଏହି ନୂଆ ସଂସଦ ଭବନ କେମିତି ଦିଶିବ ଓ ଏହାର ରୂପରେଖ କିଭଳି ରହିବ ସେନେଇ ସମସ୍ତଙ୍କ ମନରେ ଉତ୍ସାହ ଦେଖାଯାଇଛି।

ନୂଆ ସଂସଦ ଭବନରେ ଅଛି କ’ଣ?

ନୂଆ ସଂସଦ ଭବନ ତ୍ରିଭୁଜ ଆକାର ହେବ। ଏହା ପୁରଣା ଭବନଠାରୁ ଅଧିକ ବଡ଼, ଆକର୍ଷକ ହେବ। ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ।

ପୂର୍ବଭଳି ଏଥିରେ ରାଜ୍ୟସଭା, ଲୋକସଭା ପାଇଁ ୮୮୮ଟି ଆସନ ରହିବ।

ମିଳିତ ଅଧିବେଶନ ପାଇଁ ୧୨ ଶହରୁ ଅଧିକ ଆସନ ରହିବ।

ପୁରାତନ ସଂସଦ ଭବନଠାରୁ ୧୭ ହଜାର ବର୍ଗମିଟର ବଡ଼ ହେବ ନୂଆ ସଂସଦ ଭବନ।

୯୭୧ କୋଟି ଟଙ୍କାରେ ୬୪ ହଜାର ୫ ଶହ ବର୍ଗମିଟର ଅଞ୍ଚଳରେ ତିନି ମହଲା ବିଶିଷ୍ଟ ଭବନ ନିର୍ମାଣ ହେବ।

ନୂଆ ସଂସଦ ଭବନରେ ମଲ୍ଟି କମିଟି ରୁମ୍‌, ଡାଇନିଂ, ପାର୍କିଂ ଓ ଲାଇବ୍ରେରି ରହିବ।

ସବୁ ସାଂସଦଙ୍କ ପାଇଁ ସଂସଦ ପରିସରରେ କାର୍ଯ୍ୟାଳୟ କରାଯିବ।

ଏହି ପ୍ରକଳ୍ପ ପାଇଁ ଟାଟା ପ୍ରୋଜେକ୍ଟ ଲିମିଟେଡକୁ ଚୁକ୍ତିନାମା ଦିଆଯାଇଛି। ନୂଆ ସଂସଦ ଭବନର ନିର୍ମାଣ କାମ ୨୧ ମାସରେ ସରିବ ବୋଲି କୁହାଯାଇଛି।

ଅହମ୍ମଦାବାଦର ଏଚପିସି ଡିଜାଇନ ମ୍ୟାନେଜମେଣ୍ଟ ନୂଆ ସଂସଦ ଭବନର ଡିଜାଇନ କରିବେ।

ଏଠାରେ ଅଡିଓ ଭିଜୁଆଲ ସିଷ୍ଟମ, ଡାଟା ନେଟଓ୍ୱାର୍କ ଫାସିଲିଟି ରହିବ।

୨୦୨୨ ସ୍ୱାଧୀନତା ଦିବସ ଅବସରରେ ନୂଆ ସଂସଦ ଭବନର ଶୁଭ ଉଦଘାଟନ ହେବ।

ପୁରୁଣା ସଂସଦ ଭବନ ୧୮ ଜାନୁଆରି, ୧୯୨୭ ମସହାରେ ଶୁଭାରମ୍ଭ ହୋଇଥିଲା। ଏହାକୁ ଇଂରେଜ ସରକାର ନିର୍ମାଣ କରିଥିଲେ। ସେତେବେଳେ ଏହି ନିର୍ମାଣ ପାଇଁ ୮୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

LEAVE A REPLY

Please enter your comment!
Please enter your name here