ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କିଛି ଦିନ ହେବ କରୋନା ଗ୍ରାଫ୍‌ ତଳକୁ ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ଆସୁଥିଲା ବେଳେ ମୃତ୍ୟୁସଂଖା ବି ହ୍ରାସ ପାଇଛି। କରୋନା ତଳମୁହାଁ ଦେଖି ରାଜ୍ୟବାସୀ ଆଶ୍ୱସ୍ତ ହୋଇଛନ୍ତି। ସବୁଠୁ ଖାସ କଥା ହେଲା ରାଜ୍ୟର ୧୦ ଜିଲ୍ଲାରେ କରୋନାର ପ୍ରଭାବ ଦେଖିବାକୁ ମିଳୁନାହିଁ। ଅର୍ଥାତ ଏହି ସବୁ ଜିଲ୍ଲାରେ ପ୍ରତି ଦିନ ୧ରୁ ୫ ଭିତରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ସଂକ୍ରମିତ ,୨୩,୦୨୯କୁ, ସୁସ୍ଥ ୩,୧୭,୮୭୦

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଶୁକ୍ରବାର ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୮୭ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୨୨୦ ଜଣ କ୍ୱାରେଣ୍ଟାଇନରୁ ଥିବା ବେଳେ ୧୬୭ଟି ଲୋକାଲ କେସ୍ ରହିଛି। ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୮୭ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୨୩,୦୨୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୧୭,୮୭୦ ଜଣ ସୁସ୍ଥ ହୋଇଥିବା ବେଳେ ୩,୩୦୮ ଜଣ ସକ୍ରିୟ ରୋଗୀ ଅଛନ୍ତି।

୧୦ ଜିଲ୍ଲାରେ ନାହିଁ ପ୍ରଭାବ

ରାଜ୍ୟର କିଛି ଜିଲ୍ଲାରେ କରୋନା ପ୍ରଭାବ ଦେଖିବାକୁ ମିଳନାହିଁ। ତାଜା ରିପୋର୍ଟ ଅନୁଯାୟୀ ଶୁକ୍ରବାର ବୌଦ୍ଧରେ, ଗଜପତିରେ ୨, ଗଞ୍ଜାମରେ ୬, କନ୍ଧମାଳରେ ୧, କେନ୍ଦୁଝର ୩, ମାଲକାନଗିରିରେ ୧, ନବରଙ୍ଗପୁର, ନୟାଗଡ଼, ସୋନୁପୁର ୨, କୋରାପୁଟରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୧୦ ଦିନ ଭିତରେ ଏହି ସବୁ ଜିଲ୍ଲାରେ ରିପୋର୍ଟ ପ୍ରାୟ ସମାନ ରହିଛି।

କମୁଛି ମୃତ୍ୟୁସଂଖ୍ୟା

ନଭେମ୍ବର ମାସ ମଧ୍ୟ ଆଡ଼କୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ବି କରୋନା ମୃତ୍ୟୁସଂଖ୍ୟାରେ କିଛି ପରିବର୍ତ୍ତନ ଦେଖାଯାଇନଥିଲା। କିନ୍ତୁ ଡିସେମ୍ବର ମାସ ଆରମ୍ଭରୁ କରୋନା ମୃତ୍ୟୁସଂଖ୍ୟାରେ ବି ହ୍ରାସ ଘଟିଛି। ଗତ ତିନି ଦିନରୁ ରିପୋର୍ଟ ଦେଖିଲେ ଡିସେମ୍ବର ୮ରେ ୬ ଜଣ, ୯ରେ ୫ ଜଣ, ୧୦ରେ ୫ ଜଣ, ୧୧ ତାରିଖ ଅର୍ଥାତ୍‌ ଆଜି ୪ ଜଣ ଆଖି ବୁଜି ଯାଇଛନ୍ତି। ଏଥିସହ ଆଜିର ମୃତକଙ୍କୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୭୯୮କୁ ବୃଦ୍ଧି ପାଇଛି।

ଯଦି ଏହି ସ୍ଥିତି ଲାଗି ରହେ ତେବେ ନୂଆ ବର୍ଷ ଆଡ଼କୁ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ଯାଇଥିବା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Comment