ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୩୦୦ ଆକ୍ରାନ୍ତ, ୪ ମୃତ
- ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୨୪,୩୮୯କୁ ବୃଦ୍ଧି
- ମୋଟ କରୋନା ମୃତ୍ୟୁସଂଖ୍ୟା ୧,୮୧୫କୁ ବୃଦ୍ଧି
ରାଜ୍ୟର ୨୬ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୦୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୧୭୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୨୬ ଜଣ ଆକ୍ରାନ୍ତ ଅଛନ୍ତି। ଅନ୍ୟପଟେ ଆଜି ଆଉ ୪ ଜଣ କରୋନାରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
Covid-19 Report For 14th December
New Positive Cases: 300
In quarantine: 174
Local contacts: 126(Details of local contacts will be shared by concerned District Administration)
District Wise Cases:
1. Angul: 44
2. Balasore: 14
3. Bargarh: 11
4. Bhadrak: 1
5. Balangir: 12— I & PR Department, Odisha (@IPR_Odisha) December 15, 2020
ଆଜି ଅନୁଗୁଳରୁ ସର୍ବାଧିକ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୬ ଜଣ, ସୁନ୍ଦରଗଡ଼ରୁ ୩୪ ଜଣ, କଟକରୁ ୨୦ ଜଣ, ପୁରୀରୁ ୧୯ ଜଣ, ମୟୂରଭଞ୍ଜରୁ ୧୭ ଜଣ, ସମ୍ବଲପୁରରୁ ୧୫ ଜଣ ପଜିଟିଭ୍ ଅଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
23. Rayagada: 1
24. Sambalpur: 15
25. Sonepur: 1
26. Sundargarh: 34
27. State Pool: 9New recoveries: 389
Cumulative tested: 6437365
Positive: 324389
Recovered: 319458
Active cases: 3063— I & PR Department, Odisha (@IPR_Odisha) December 15, 2020
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୨୪,୩୮୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୧୯,୪୫୮ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୬୩ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୮୧୫କୁ ବୃଦ୍ଧି ପାଇଛି।














