ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୪୦୭ ଆକ୍ରାନ୍ତ, ୫ ମୃତ
  • ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩,୨୪,୭୯୬କୁ ବୃଦ୍ଧି
  • କରୋନା ମୃତ୍ୟୁସଂଖ୍ୟା ୧,୮୨୦କୁ ବୃଦ୍ଧି

ରାଜ୍ୟର ୨୬ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୪୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୨୩୬ ଜଣ ଥିବା ବେଳେ ୧୭୧ଟି ଲୋକାଲ୍ କେସ୍ ରହିଛି। ଅନ୍ୟପଟେ ଆଜି ଆଉ ୫ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୬୦ ଜଣ, ଖୋର୍ଦ୍ଧାରୁ ୪୬ ଜଣ, ସମ୍ବଲପୁରରୁ ୨୬ ଜଣ, ମୟୂରଭଞ୍ଜରୁ ୨୪ ଜଣ ଆକ୍ରାନ୍ତ ଅଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରୁ ଏକାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୨୪,୭୯୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୧୯,୮୫୦ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୭୩ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୮୨୦କୁ ବୃଦ୍ଧି ପାଇଛି।

Comment