ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କୋଣାର୍କରେ ଆରମ୍ଭ ହେଲା ଲାଇଟ୍ ଆଣ୍ଡ ସାଉଣ୍ତ ସୋ। କୋରନା କଟକଣା ପାଇଁ ଦୀର୍ଘ ୯ ମାସ ଧରି ଏହି ସୋ ବନ୍ଦ ରହିଥିଲା। ଏବେ କଟକଣା କୋହଳ ହେବା ପରେ ବୁଧବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଆରମ୍ଭ ହୋଇଛି।

ଏହି ସୋ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ହୋଇ ୪୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ମନ୍ଦିରର ପ୍ରସ୍ତର କାନ୍ଥ ଉପରେ ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ମାଧ୍ୟରେ କୋଣାର୍କ ମନ୍ଦିରର ପ୍ରାଚୀନ ଐତିହ୍ୟ କୀର୍ତ୍ତୀରାଜିକୁ ନେଇ ପ୍ରସ୍ତୁତ ଥ୍ରୀଡି ଆନିମେସନକୁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରଦର୍ଶିତ କରାଯାଉଛି।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚୌକିଗୁଡ଼ିକ ମଧ୍ୟରେ ଦୂରତା ରକ୍ଷା କରାଯିବା ସହ ମାସ୍କ ଓ ସାନିଟାଇଜେସନକୁ ଗୁରୁତ୍ଵ ଦିଆଯାଉଛି। ପ୍ରାଥମିକତା ଭିତ୍ତିରେ କେବଳ ୨୦୦ ଜଣ ଦର୍ଶକଙ୍କୁ ମନ୍ଦିର ପରିସରକୁ ପ୍ରବେଶ ପାଇଁ ଅନୁମତି ରହିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଅଫଲାଇନ୍‌ରେ ଟିକେଟ୍‌ର ମୁଲ୍ୟ ୫୦ ଟଙ୍କା ଧାର୍ଯ୍ୟ କରିଛି।

Comment