ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ମାମଲାରେ ଗିରଫ ହୋଇଥିବା ଆଇଏଫ୍ଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ମିଳିପାରେ ବାଧ୍ୟତାମୂଳକ ଅବସର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଗୁରୁବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିସ୍ କରିଛନ୍ତି। ଜଣେ ଦୁର୍ନୀତିଖୋର ଅଫିସରଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

ଜଙ୍ଗଲ ବିଭାଗର ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ (ଏପିସିସିଏଫ୍) ଅଭୟକାନ୍ତ ପାଠକଙ୍କ ନାଁରେ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଏହାରେ ତାଙ୍କୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ତାଙ୍କୁ ସେତେବେଳେ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

ଏହାପରେ ଏସ୍ଆଇଟି ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରିବା ସହ ତାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଥିଲା। ତାଙ୍କ ନିକଟରୁ ଏବେ ସୁଦ୍ଧା ୨୦ କୋଟିରୁ ଅଧିକ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇସାରିଲାଣି। ଅନ୍ୟପଟେ ତାଙ୍କ ପୁଅ ଆକାଠ ପାଠକ ମଧ୍ୟ ଟାଟା କମ୍ପାନିରେ ଚାକିରି ଦେବା କହି ଲୋକଙ୍କୁ ଭୂଆଁ ବୁଲାଉଥିଲେ। ତେଣୁ ଏହି ଜନବିରୋଧୀ କାମ ପାଇଁ ଦୁଇ ବାପ ପୁଅ ବର୍ତ୍ତମାନ ଗିରଫ ହୋଇ ଜେଲରେ ଅଛନ୍ତି।

Comment