ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପୁଣି ଥରେ ରାୟଗଡା ଜିଲ୍ଲାରୁ ଜବତ ହେଲା ଗଞ୍ଜେଇ। ଚୋରାଚାଲାଣ କରୁଥିବାବେଳେ ଶନିବାର ଜଣେ ବ୍ୟକ୍ତିକୁ ରାୟଗଡ଼ା ରେଳଷ୍ଟେସନରୁ ଗିରଫ କରାଯାଇଛି।

ରେଳବାଇ ସୁରକ୍ଷା ବଳ ପ୍ରଥମେ ଏହି ବ୍ୟକ୍ତି ଜଣକୁ ଧରାଯାଇଥିଲା। ତା’ ପାଖରେ ସେହି ସମୟରେ ଏକ ସୁଟକେସ୍ ଥିବାବେଳେ ଏଥିରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଥିବା ପୋଲିସକୁ ଖବର ମିଳିଥିଲା। ବ୍ୟକ୍ତି ଜଣକର ନାଁ ନାଗା ଆପାରାଓ ହୋଇଥିବାବେଳେ ସେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି।ଜବତ ହୋଇଥିବା ଗଞ୍ଜେଇର ପରିମାଣ ୨୭ କେଜିରୁ ଅଧିକ ରହିଛି। ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଅଧିକ ହୋଇପାରେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

Comment