ଓଡ଼ିଶାଲାଇଭ୍ ବ୍ୟୁରୋ

ପରୀ ହତ୍ୟା ଘଟଣାରେ ଦତନ୍ତକାରୀ ଦଳ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ସୋମବାର ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାରେ ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବା ଅରୁଣ ସ୍ପଷ୍ଟ କରିଛନ୍ତି।

“ଅଭିଯୁକ୍ତ ଗତ ୧୦ ଦିନ ହେବ ଲଗାତାର ପଚରା ଉଚରା କରାଯାଉଛି। ପରୀ ହତ୍ୟାକାଣ୍ତରେ ଅଭିଯୁକ୍ତର ସଂପୃକ୍ତି ନେଇ ପରୀର ପୋଷାକରୁ ପ୍ରମାଣ ମିଳିସାରିଛି। ଅଭିଯୁକ୍ତକୁ ଏହି ଘଟଣାରେ ଆଉ କେଉଁମାନେ ସାହାଯ୍ୟ କରିଛନ୍ତି ସେ ବାବଦରେ ତଦନ୍ତ ଚାଲିଛି”, କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା।ନୟାଗଡ଼, ଯଦପୁର ଗାଁର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ରବିବାର ଏସଆଇଟି ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଯୁକ୍ତ ୩ରେ ପାଠ ପଢ଼ୁଥିବା ଜଣେ ଛାତ୍ର, ତାଙ୍କ ଘର ଯଦୁପୁର ଗାଁରେ ଓ ସେ ପରୀର ପଡ଼ୋଶୀ ବୋଲି ସୂଚନା ମିଳିଥିଲା।

ଅନ୍ୟପଟରେ ଏହି ମାମଲାରେ ଅନ୍ୟ କିଏ ସଂପୃକ୍ତ ତାଙ୍କୁ ଧରିବା ପାଇଁ ଏସଆଇଟି ତଦନ୍ତ ଜୋରଦାର କରିଛି। କାରଣ ଜଣେ ନାବାଳକ ଏକ ହତ୍ୟାକାଣ୍ଡ ଘଟାଇ, ଶବକୁ ୧ ସପ୍ତାହରୁ ଅଧିକ ଦିନ ଲୁଚାଇ ରଖି ପରେ ଫିଙ୍ଗିବା ଉପରେ ଏସଆଇଟି ସନ୍ଦେହ କରୁଛି। ତେଣୁ ଏହି ମାମଲାରେ ଅନ୍ୟ କେଉଁମାନେ ସାମିଲ ଥିଲେ ଜାଣିବା ପାଇଁ ଏସଆଇଟି ଲାଗି ପଡ଼ିଛି। ତଦନ୍ତ ଜୋରଦାର କରି ଅଭିଯୁକ୍ତଙ୍କ ଘରେ ମଧ୍ୟ ଛାନଭିନ କରିଛି ଏସଆଇଟି। ଏହି ଘଟଣା ସମ୍ପର୍କରେ ଅଭିଯୁକ୍ତଙ୍କ ମା’ ଓ ଭଉଣୀଙ୍କୁ ପଚରାଉଚରା କରାଯାଇଛି।

Comment