ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବ୍ରିଟେନ୍ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଆଣିଛନ୍ତି କେନ୍ଦ୍ର ସରକାର। ଗତ କିଛି ଦିନ ହେବ ବ୍ରିଟେନରେ ନୂଆ ପ୍ରକାରର କରୋନା ଭାଇରସ ଦେଖିବାକୁ ମିଳୁଥିବାରୁ ଭାରତ ସରକାର ଏହି ଗାଇଡଲାଇନ୍ ଜାରି କରିଛନ୍ତି।

ଏଥିରେ କୁହାଯାଇଛି ଯେ, ଗତ ୧୪ ଦିନ ଭିତରେ ଯେଉଁମାନେ ବ୍ରିଟେନରୁ ଫେରିଛନ୍ତି ସେମାନେ ନିଜର କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ। ତା’ସହ ଯେଉଁମାନେ ଏବେ ବ୍ରିଟେନରୁ ଫେରିଛନ୍ତି ସେମାନଙ୍କର ଆରଟି-ପିସିଆର୍ ଟେଷ୍ଟ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।corona testଯଦି କୋଭିଡ୍ ଟେଷ୍ଟ କରାଇବା ପରେ ସେମାନଙ୍କ ଭିତରୁ କେହି ପଜିଟିଭ୍ ଥିବା ଜଣାପଡ଼ିବ ତେବେ ତୁରନ୍ତ ତାଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଯଦି ତାଙ୍କ ଦେହରେ ଥିବା ଭୂତାଣୁ ବ୍ରିଟେନରୁ ଚିହ୍ନଟ ହେଉଥିବା ନୂଆ ଭୂତାଣୁ ସହ ମେଳଖାଏ ତେବେ ତାଙ୍କୁ ଅଲଗା ଭାବେ ପ୍ରଟୋକଲ୍ ପାଳନ କରିବାକୁ କୁହାଯାଇଛି।

ଅନ୍ୟପଟେ ପ୍ରତ୍ୟେକ ରାଜ୍ୟ ସରକାର ମଧ୍ୟ ଏଥିପ୍ରତି ଧ୍ୟାନ ଦେବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାର ଏପ୍ରତି ଧ୍ୟାନ ଦେବା ସହ ବ୍ରିଟେନ ଫେରନ୍ତାଙ୍କ ଟେଷ୍ଟ କରାଇବାକୁ କୁହାଯାଇଛି। ପଜିଟିଭ୍ ଚିହ୍ନଟ ହେବା ଲୋକମାନଙ୍କୁ ୧୪ ଦିନ ଚିକିତ୍ସା ଯୋଗାଇ ଦିଆଯିବ। ଏହାପରେ ତାଙ୍କର ଦୁଇଥର ନେଗେଟିଭ୍ ରିପୋର୍ଟ ମିଳିବା ପରେ ତାଙ୍କୁ ଛଡ଼ାଯିବ ବୋଲି କେନ୍ଦ୍ର ସରକାର ନୂଆ ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି।

ବ୍ରିଟେନରେ ନୂଆ ଭୂତାଣୁ

ବ୍ରିଟେନରେ ଗତ କିଛି ଦିନ ହେବ କରୋନାର ଏକ ନୂଆ ପ୍ରକାର ଭୂତାଣୁ ଦେଖିବାକୁ ମିଳିଛି। ବୈଜ୍ଞାନିକମାନେ ଏହାକୁ  SARS-CoV-2 ନାଁ ଦେଇଛନ୍ତି। ଏହି ନୂଆ ଭୂତାଣୁ ପୂର୍ବାପେକ୍ଷା ଅଧିକ ତୀବ୍ର ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଏହା ଅଧିକ ଭୟଙ୍କର ବୋଲି ମଧ୍ୟ ବୈଜ୍ଞାନିକମାନେ କହୁଛନ୍ତି। ତେଣୁ ଏହାକୁ ଆଖି ଆଗରେ ରଖି ଭାରତ ସରକାର ଏହି ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି।

ବ୍ରିଟେନରୁ ବିମାନ ଉଡ଼ାଣ ବାତିଲ

ଭାରତରେ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ବ୍ରିଟେନରୁ ବିମାନ ଉଡ଼ାଣକୁ ବାତିଲ କରିଛନ୍ତି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନରୁ କୌଣସି ବିମାନ ଭାରତ ଆସିପାରିବ ନାହିଁ ବୋଲି କୁହାଯାଇଛି। ଯେଉଁ ସବୁ ବିମାନ ସେଠାରୁ ଆସିସାରିଛି ସେଥିରେ ଥିବା ସମସ୍ତ ଯାତ୍ରୀଙ୍କ ଆରଟି-ପିସିଆର୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।୮ ବିମାନ ଯାତ୍ରୀ କରୋନା ପଜିଟିଭ୍

ବ୍ରିଟେନରୁ ବିମାନ ଉଡ଼ାଣ ବାତିଲ କରାଯାଇଥିଲେ ମଧ୍ୟ ଏହାରି ଭିତରେ ଭାରତ ଆସିଥିବା ବିମାନଯାତ୍ରୀଙ୍କ ମଧ୍ୟରୁ ୮ ଜଣ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ସୋମବାର ଦ୍ୱିପହର ସମୟରେ ରାଜଧାନୀ ଦିଲ୍ଲୀରେ ଏୟାର ଇଣ୍ଡିଆର ଗୋଟିଏ ଫ୍ଲାଇଟ୍ ଆସି ପହଞ୍ଚିଥିଲା। ଏହାପରେ ସେଥିରେ ଥିବା ସବୁ ଯାତ୍ରୀଙ୍କର କରୋନା ଟେଷ୍ଟ ହୋଇଥିଲା। ସେମାନଙ୍କ ଭିତରୁ ୬ ଜଣ ପଜିଟିଭ୍ ଥିବା ଜଣାପଡ଼ିଛି।

ସେହିପରି ବ୍ରିଟେନରୁ କୋଲକାତା ଆସିଥିବା ଏକ ବିମାନର ୨ ଜଣ ଯାତ୍ରୀଙ୍କର ମଧ୍ୟ କରୋନା ଟେଷ୍ଟ ପଜିଟିଭ୍ ଆସିଛି। ଅନ୍ୟ ଯାତ୍ରୀମାନଙ୍କର କୋଭିଡ୍ ଟେଷ୍ଟ ଚାଲିଥିବାବେଳେ ଆହୁରି ଅଧିକ ପଜିଟିଭ୍ କେସ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here