ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର ବୁଧବାର ଆଇପିଏସ ସ୍ତରରେ ଏକ ବଡ଼ ଅଦଳବଦଳ କରିଛନ୍ତି। ଏଥିରେ ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କ ବଦଳି ହୋଇଛି। ତାଙ୍କୁ ପୋଲିସ ମୁଖ୍ୟାଳୟକୁ ଏଆଇଜି ଭାବେ ପଠାଯାଇଛି। ଦିବାକରଙ୍କ ସ୍ଥାନରେ ତାଳଚେର ଏସଡିପିଓ ସିଦ୍ଧାର୍ଥ କାଟାରିଆଙ୍କୁ ନୟାଗଡ଼ ଏସ୍‌ପି ଭାବେ ଦାୟିତ୍ଵ ଦିଆଯାଇଛି।

ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ମିଶାଇ ୧୩ଟି ଜିଲ୍ଲାର ଏସପି ସ୍ତରରେ ବଡ଼ ବଦଳି କରାଯାଇଛି। ଏହି କ୍ରମରେ ତାଳଚେର ଆଇଜିପି ନରସିଂହ ଭୋଳଙ୍କୁ ସମ୍ବଲପୁର ଆଇଜି, ଭଦ୍ରକ ଏସପି ରାଜେଶ ପଣ୍ଡିତଙ୍କୁ କୋରାପୁଟ ଡିଆଇଜି, କୋରାପୁଟ ଡିଆଇଜି ସଫିନ ଅହମ୍ମଦଙ୍କୁ ଡିଆଇଜି ଟେକ୍ନିକାଲ, ସିଆଇଡି ଏସପି ସାର୍ଥକ ଷଡ଼ଙ୍ଗୀଙ୍କୁ ଅନୁଗୁଳ ଡିଆଇଜି, ଇଓଡବ୍ଲୁ ଏସପି ଅବିନାଶ କୁମାରଙ୍କୁ ଡିଆଇଜି ଏସଏପି, କଳାହାଣ୍ତି ଏସପି ବି ଗଙ୍ଗାଧରଙ୍କୁ ସମ୍ଵଲପୁର ଏସପି ଭାବେ ଦାୟିତ୍ଵ ଦିଆଯାଇଛି।

ସେହିପରି କେନ୍ଦ୍ରାପଡ଼ା ଏସପି ନୀତି ଶେଖରଙ୍କୁ ସି ଆଣ୍ଡ ଟି ବିଭାଗର ଅତିରିକ୍ତ ମୁଖ୍ୟ, ଆଇପିଏସ ଚରଣ ସିଂହ ମିନାଙ୍କୁ ଭଦ୍ରକ ଏସପି, କେ. ଶିବା ସୁବ୍ରମଣିଙ୍କୁ ଢେଙ୍କାନାଳ ଏସପି, ରାହୁଲ ପି ଆରଙ୍କୁ ଯାଜପୁର ଏସପି, ଏମ୍ ସନ୍ଦୀପ ସଂପଦଙ୍କୁ କେନ୍ଦ୍ରାପଡ଼ା ଏସପି ଏବଂ ମୁକେଶ କୁମାର ଭାମୁଙ୍କୁ ରାଉରକେଲା ଏସପି ଭାବେ ଦାୟିତ୍ଵ ଦିଆଯାଇଛି।

Comment