ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଏବେ ସବୁଠି ଭୟ ଦେଖାଯାଇଛି। କିନ୍ତୁ ଏଥିରେ ଭୟଭୀତ ନହୋଇ ଅଧିକ ସଚେତନ ରହିବାକୁ ଚିକିତ୍ସା ଓ ଶିକ୍ଷା ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଏମ୍‌ଇଟି)ର ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

‘‘ଏଥିରେ ବି ପୂର୍ବ ରୋଗୀଙ୍କ ଭଳି ଲକ୍ଷଣ ସମାନ। ନୂଆ ଷ୍ଟ୍ରେନକୁ ନେଇ ଅନୁଧ୍ୟାନ ଚାଲିଛି। ନୂଆ ଷ୍ଟ୍ରେନରେ ସଂକ୍ରମଣ ଅଧିକ ରହୁଛି ବଶେଷଜ୍ଞ ମତ ଦେଇଛନ୍ତି। କିନ୍ତୁ ଏହା କରୋନାର ଦ୍ୱିତୀୟ ଓ୍ୱେଭ ନୁହେଁ’’, କହିଛନ୍ତି ସିବିକେ ମହାନ୍ତି।

ଯିଏ ବି ନିକଟରେ ବ୍ରିଟେନରୁ ଫେରିଛନ୍ତି, ସେମାନେ ନିଜର ତଥ୍ୟ ଦିଅନ୍ତୁ ବୋଲି ସେ କହିଛନ୍ତି।

‘‘ଏବେ ଯେଉଁ ବ୍ରିଟେନ ଫେରନ୍ତା ବ୍ୟକ୍ତି କରୋନା ପଜିଟିଭ୍‌ ହୋଇଛନ୍ତି। ସେ ନୂଆ ଷ୍ଟ୍ରେନର ଶିକାର ହୋଇଛନ୍ତି କି ନୁହେଁ ତାହା ଜଣାପଡ଼ିନି। ତାଙ୍କ ସାମ୍ପୁଲ ପୁନେ ପଠାଯାଇଛି। ନୂଆ ଷ୍ଟ୍ରେନକୁ ନୁହେଁ ନଜଣାପଡ଼ିବା ପର୍ଯ୍ୟନ୍ତ ଭୟଭୀତ ହେବାର ନାହିଁ। ସମସ୍ତେ ସତର୍କ ରହି ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, ହାତ ଧୁଅନ୍ତୁ’’, କହିଛନ୍ତି ସିବିକେ ମହାନ୍ତି।

LEAVE A REPLY

Please enter your comment!
Please enter your name here