ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୨୬୩ ଆକ୍ରାନ୍ତ, ୪ ମୃତ
- ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩,୨୭,୫୪୨କୁ ବୃଦ୍ଧି
- କରୋନାଜନିତ ମୃତ୍ୟୁସଂଖ୍ୟା ୧,୮୫୦କୁ ବୃଦ୍ଧି
ରାଜ୍ୟର ୨୨ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୨୬୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୧୫୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨ ଜଣ ଆକ୍ରାନ୍ତ ଅଛନ୍ତି। ଅନ୍ୟପଟେ ଆଜି ଆଉ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
Covid-19 Report For 23rd December
New Positive Cases: 263
In quarantine: 151
Local contacts: 112(Details of local contacts will be shared by concerned District Administration)
District Wise Cases:
1. Angul: 45
2. Balasore: 14
3. Bargarh: 3
4. Bhadrak: 7
5. Balangir: 4— I & PR Department, Odisha (@IPR_Odisha) December 24, 2020
ଆଜି ଅନୁଗୁଳରୁ ସର୍ବାଧିକ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୪୧ ଜଣ, କଟକରୁ ୨୯ ଜଣ, ମୟୂରଭଞ୍ଜରୁ ୧୯ ଜଣ, ପୁରୀରୁ ୧୬ ଜଣ, ଖୋର୍ଦ୍ଧାରୁ ୧୫ ଜଣ, ବାଲେଶ୍ୱରରୁ ୧୪ ଜଣ ପଜିଟିଭ୍ ଅଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
21. Sambalpur: 4
22. Sundargarh: 41
23. State Pool: 3New recoveries: 304
Cumulative tested: 6737322
Positive: 327542
Recovered: 322648
Active cases: 2991— I & PR Department, Odisha (@IPR_Odisha) December 24, 2020
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୨୭,୫୪୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୨,୬୪୮ ଜଣ ସୁସ୍ଥ ହୋଇଥିବା ବେଳେ ୨,୯୯୧ ଜଣ ସକ୍ରିୟ ରୋଗୀ ଅଛନ୍ତି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୮୫୦କୁ ବୃଦ୍ଧି ପାଇଛି।














