ଓଡ଼ିଶାଲାଇଭ୍ ବ୍ୟୁରୋ

ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲରେ ଓକିଲଙ୍କୁ ଭେଟିପାରିବେ। ଏଥିସହ ସେ ତାଙ୍କ ଓକିଲଙ୍କ ସହ ଆଲୋଚନା କରିପାରିବେ। ଏନେଇ ଗୁରୁବାର ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ କରାଯାଇଥିବା ରିଟ୍ ଆବେଦନର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିବା ପ୍ରଦୀପଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଲୋକଙ୍କଠାରୁ ଟଙ୍କା ଠକେଇ ଓ ଜାଲିଆତି ଅଭିଯୋଗରେ ଗତ ଡିସେମ୍ବର ୩ ତାରିଖରେ କ୍ରାଇମବ୍ରାଞ୍ଚ୍ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ସେବେଠାରୁ ପ୍ରଦୀପ ଝାରପଡ଼ା ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ତେବେ ଜେଲରେ ଥିବା ପ୍ରଦୀପଙ୍କୁ ନିଜ ଓକିଲଙ୍କ ସହ ଭେଟିବା ପାଇଁ ସୁଯୋଗ ମିଳୁନଥିଲା। କରୋନା ଯୋଗୁ ସେ ତାଙ୍କ ଓକିଲଙ୍କ ସହ ଦେଖା କରିପାରିବେ ନାହିଁ ବୋଲି ଦର୍ଶାଯାଇଥିଲା।

ଏହାକୁ ଚାଲେଞ୍ଜ୍ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରଦୀପ। ସମ୍ବିଧାନ ଓ ପ୍ରିଜନ୍ ରୁଲର ଉଲ୍ଲଘଂନ ଦର୍ଶାଇ ସେ ହାଇକୋର୍ଟରେ ରିଟ୍ ଆବେଦନ କରିଥିଲେ। ଆଜି ଏହି ମାମଲାର ଶୁଣାଣି କରି ଅଦାଲତ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here