ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷର ଶେଷ ରାଜ୍ୟ କ୍ୟାବିନେଟ୍ ବୈଠକ ସୋମବାର ଅନୁଷ୍ଠିତ ହେବ।। ସନ୍ଧ୍ୟା ୫ଟା ୩୦ରେ ବସିବାକୁ ଥିବା ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। କରୋନାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ କରାଯିବ। ବର୍ଷର ଶେଷ କ୍ୟାବିନେଟ୍ ବୈଠକ ହୋଇଥିବାରୁ ସରକାର କିଛି ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି। ଏଥିସହ ୧୨ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ଅନୁମାନ କରାଯାଉଛି।

ନିକଟରେ ହୋଇଥିବା ବିଜେଡି ରାଜ୍ୟ ପରିଷଦ, ଯୁବ ବିଜେଡି କାର୍ଯ୍ୟକାରିଣୀ ଓ ଛାତ୍ର ବିଜେଡି କାର୍ଯ୍ୟକାରିଣୀ ବୈଠକରେ ପାରିତ ହୋଇଥିବା କେତେକ ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି।

ସେହିପରି ଓଡ଼ିଶାର ବରପୁତ୍ରମାନଙ୍କ ଜନ୍ମ ଓ ଶ୍ରାଦ୍ଧ ଦିବସକୁ ସରକାରୀ ସ୍ତରରେ ମହାସମାରୋହରେ ପାଳନ ଓ ମହାପୁରୁଷଙ୍କ ଗ୍ରାମକୁ ଆଦର୍ଶ ଗ୍ରାମର ମାନ୍ୟତା ଦେବା ପ୍ରସ୍ତାବରେ ମୋହର ବାଜିପାରେ। ଏଥିସହ ଓଏଏସ୍‌ମାନଙ୍କ କ୍ୟାଡର ପୁନର୍ଗଠନ ସହ ଅଧିକ ପଦବୀ ମିଳିପାରେ। ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସଂରକ୍ଷଣ ମିଳିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here