ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏସ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ପଦବୀକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଅରୁଣଙ୍କ ସହିତ ୧୯୯୬ ବ୍ୟାଚର ଆଇପିଏସ ଅଫିସର ସଂଜୟ ସିଂହ ଓ ସୁନିତା କକରନଙ୍କୁ ମଧ୍ୟ ଏହି ପଦୋନ୍ନତି ମିଳିଛି।

ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣାର ତଦନ୍ତକାରୀ ଦଳ ଏସଆଇଟିର ମୁଖ୍ୟ ଭାବେ ଅରୁଣ ବୋଥ୍ରା ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ପରୀ ମାମଲାରେ ଅଭିଯୁକ୍ତକୁ ଗିରଫ କରିବା ପରେ ସାରା ରାଜ୍ୟରେ ଅରୁଣ ବୋଥ୍ରାଙ୍କୁ ନେଇ ଆଲୋଚନା ହୋଇଥିଲା। କେତେକ ସ୍ଥଳରେ ପରୀ ମାମଲାର ସମାଧାନ ପାଇଁ ତାଙ୍କ ପ୍ରଶଂସା କରାଯାଇଥିବା ବେଳେ ଅନେକ ବିବାଦ ଘେରକୁ ମଧ୍ୟ ସେ ଆସିଛନ୍ତି।

ଓଏସଆରଟିସିର ସିଏମଡି ଦାୟିତ୍ଵରେ ରହିଛନ୍ତି ବୋଥ୍ରା। ତେବେ ରାଜ୍ୟରେ ଅନେକ ଚର୍ଚ୍ଚିତ ଘଟଣାର ପର୍ଦ୍ଦାଫାସ୍ କରିବାରେ ଅରୁଣଙ୍କ ନାମ ରହିଛି। ବହୁ ଚର୍ଚ୍ଚିତ ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ମାମଲାର ତଦନ୍ତ କରି ଏକ ଛୋଟିଆ ଖିଅରୁ ଅଭିଯୁକ୍ତକୁ ଧରିଥିଲେ ବୋଥ୍ରା। ଏଥିସହ ସାରଥୀ ଏବଂ ସୁର ବାବା ମାମଲାରେ ମଧ୍ୟ ଅରୁଣ ସଫଳତା ପାଇଥିଲେ।

Comment