ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରିଟେନରେ ମହାମାରୀ କରୋନା ଭାଇରସ୍ ପୁଣିଥରେ ନୂଆ ରୂପରେ ବ୍ୟାପିବା ଆରମ୍ଭ କରିଛି। ଏହାକୁ ଆଖି ଆଗରେ ରଖି ଭାରତ ସରକାର ଜାନୁଆରି ୭ ଯାଏଁ ବ୍ରିଟେନକୁ ବିମାନ ଉଡ଼ାଣ ବାତିଲ କରିଛନ୍ତି। ଏହି ତାରିଖ ମଧ୍ୟରେ ବ୍ରିଟେନକୁ ବା ବ୍ରିଟେନରୁ ଭାରତକୁ କୌଣସି ବିମାନ ଉଡ଼ାଣ କରିବ ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରିଦୀପ ସିଂହ ପୁରୀ ଟୁଇଟ କରି ସୂଚନା ଦେଇଛନ୍ତି।

ପୂର୍ବରୁ ଡିସେମ୍ବର ୩୧ ଯାଏଁ ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ଚଳାଚଳକୁ ବାତିଲ କରାଯାଇଥିଲା। ସଂକ୍ରମଣ କମି ନଥିବାରୁ ଏବେ ପୁଣି ଏହି ତାରିଖକୁ ସରକାର ବୃଦ୍ଧି କରିଛନ୍ତି।

ବ୍ରିଟେନରେ ଏବେ ମହାମାରୀ କରୋନା ଭାଇରସ୍ ପୁଣିଥରେ ବ୍ୟାପିବା ଆରମ୍ଭ କରିଛି।  ଏହି ଭାଇରସ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି।

ଭାରତରେ ବି ଏହି କରୋନା ଭାଇରସ ବ୍ୟାପିବା ଆରମ୍ଭ କରିଲାଣି। ପୂର୍ବରୁ ୬ ଜଣଙ୍କଠାରେ କରୋନାର ଏହି ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିଲା ବେଳେ ବୁଧବାର ଆଉ ୧୪ ଜଣଙ୍କଠାରେ ଏହି ଭାଇରସ ଚିହ୍ନଟ ହୋଇଛି। ଫଳରେ ଦେଶରେ ମୋଟ ୨୦ ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି।

ଅନ୍ୟପଟେ ଏହି ଭାଇରସ ଏବେ ଡେନମାର୍କ, ନେଦରଲାଣ୍ଡ, ଅଷ୍ଟ୍ରେଲିଆ, ଇଟାଲି, ସ୍ୱିଡେନ, ଫ୍ରାନ୍ସ, ସ୍ପେନ, ସ୍ୱିଜରଲାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ, ସିଙ୍ଗାପୁରରେ ପହଞ୍ଚିଛି।

Comment