ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୦୨୦ର ଶେଷଦିନ
  • କରୋନାରେ କଟିଲା ପୂରା ବର୍ଷ
  • ନୂଆ ବର୍ଷ ଖୁସି ଫିକା
  • ଦିଲ୍ଲୀ, ମୁମ୍ବାଇରେ ନାଇଟ କର୍ଫ୍ୟୁ

କରୋନାରେ ଲୋକଙ୍କର ପୂରା ବର୍ଷ ବିତିଥିଲା ବେଳେ ନୂଆବର୍ଷର ଖୁସି ବି କୋଭିଡ ପାଇଁ ଫିକା ପଡ଼ିଛି। ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ, ମୁମ୍ବାଇରେ ରାତ୍ରୀକାଳୀନ କର୍ଫ୍ୟୁ ଘୋଷଣା ହୋଇଛି।

ମୁମ୍ବାଇରେ ଆଜି ରାତି ୧୧ଟାରୁ ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲାଗିଥିଲା ବେଳେ ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେନି ବୋଲି କୁହାଯାଇଛି। ରେସ୍ତୋରାଁ, ପବ୍‌, ବାର୍‌ ଆଦି ବନ୍ଦ ରହିବା ସହ ଡ୍ରୋନ କ୍ୟାମେରରେ ନଜର ରଖାଯିବ ବୋଲି କହିଛି ମୁମ୍ବାଇ ପୋଲିସ।

ସେହିପରି ଦିଲ୍ଲୀରେ ଆଜି ରାତି ୧୧ଟାରୁ ଶୁକ୍ରବାର ସକାଳ ୬ଟା ଯାଏଁ  ଓ ଶୁକ୍ରବାର ରାତି୧୧ଟାରୁ ଶନିବାର ସକାଳ ୬ଟା ଯାଏଁ କର୍ଫ୍ୟୁ ରହିବ। କରୋନା ସଂକ୍ରମଣକୁ ଦୃଷ୍ଟି ରଖି ଏହି ନିଷ୍ପତ୍ତି ନିଆଯାଇଛି। ତେବେ କେବଳ ଦିଲ୍ଲୀ, ମୁମ୍ବାଇ ନୁହେଁ ଅନ୍ୟ ରାଜ୍ୟରେ ବି ନୂଆବର୍ଷ ପାଇଁ କଟକଣା ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here