ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଏବେ ଯେକୌଣସି ମୁହୂର୍ତ୍ତରେ କରୋନା ଟିକାକରଣ ଆରମ୍ଭ ହୋଇପାରେ। ବିଶେଷଜ୍ଞ କମିଟି ମଧ୍ୟ କୋଭିସିଲ୍ଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇସାରିଛି। ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷବର୍ଦ୍ଧନ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି।
ତାଙ୍କ କହିବା ମୁତାବକ, ଦେଶରେ ପ୍ରାଥମିକ ପର୍ଯ୍ୟାୟରେ ହେବାକୁ ଥିବା କୋଭିଡ୍ ଟୀକାକରଣରେ ପ୍ରଥମେ ଆଗଧାଡ଼ିର କୋଭିଡ୍ ଯୋଦ୍ଧାମାନଙ୍କୁ ସାମିଲ କରାଯିବ। ଏହି ୩ କୋଟି କୋଭିଡ୍ ଯୋଦ୍ଧାଙ୍କ ପାଇଁ କରୋନା ଟିକା ବିଲକୁଲ୍ ମାଗଣା ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେମାନଙ୍କ ଭିତରେ ଏ କୋଟି ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ଦୁଇ କୋଟି ଆଗଧାଡ଼ିର କୋଭିଡ୍ ଯୋଦ୍ଧା ସାମିଲ ଅଛନ୍ତି।
କରୋନା ଟିକାକରଣ ଆରମ୍ଭ ହେବା ପୂର୍ବରୁ ଆଜି ସାରା ଦେଶରେ ଟିକାର ଡ୍ରାଏ ରନ୍ କରାଯାଉଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦିଲ୍ଲୀର ଜିଟିବି ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ସେଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ହର୍ଷବର୍ଦ୍ଧନ ଏହି ଘୋଷଣା କରିଛନ୍ତି।