ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୧୧ ତାରିଖରୁ ରାଜ୍ୟରେ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଖୋଲିବ। କୋଭିଡ କଟକଣା ମଧ୍ୟରେ କେବଳ ଶେଷ ସେମିଷ୍ଟାର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ କ୍ଲାସ୍ ଆସିବେ। ରବିବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଏ ବାବଦରେ ସୂଚନା ଦିଆଯାଇଛି।

ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ୧୧ ତାରିଖରୁ ରାଜ୍ୟରେ କଲେଜ ଏବଂ ବିଶ୍ଵବିଦ୍ୟାଳୟରେ ଖୋଲିବ। ୟୁଜିର ପଞ୍ଚମ ଏବଂ ପିଜିର ତୃତୀୟ ସେମିଷ୍ଟାର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରି ୧୧ରୁ ମାର୍ଚ୍ଚ ୧୫ ତାରିଖ ଯାଏଁ ପାଠପଢା ଚାଲିବ। ଏହାପରେ ମାର୍ଚ୍ଚ ୧୬ରୁ ୩୧ ତାରିଖ ଯାଏଁ ସେମିଷ୍ଟାର ପରୀକ୍ଷା ହେବ। ଏପ୍ରିଲ ୩୦ ତାରିଖ ସୁଦ୍ଧା ସେମିଷ୍ଟାର ପରୀକ୍ଷା ଫଳ ବାହାରିବ।

ସେହିପରି ଉଭୟ ୟୁଜି ଏବଂ ପିଜି ଫାଇନାଲ ସେମିଷ୍ଟାର ପାଇଁ ଏପ୍ରିଲ ୨ ତାରିଖରୁ ଜୁନ୍ ୧୫ ତାରିଖ ଯାଏଁ ପାଠପଢା ହେବ। ଏହାପରେ ଜୁନ ୧୬ରୁ ୩୧ ତାରିଖ ଯାଏଁ ଫାଇନାଲ ସେମିଷ୍ଟାର ପରୀକ୍ଷା ହେବ। ଜୁଲାଇ ୧୫ ସୁଦ୍ଧା ସେମିଷ୍ଟାର ପରୀକ୍ଷା ଫଳ ବାହାରିବ।

କରୋନା ପାଇଁ ମଧ୍ୟରେ ଦୀର୍ଘ ୯ ମାସ ହେବ ରାଜ୍ୟରେ ସମସ୍ତ କଲେଜ ଏବଂ ବିଶ୍ଵବିଦ୍ୟାଳୟ ବନ୍ଦ ରହିଛି। କଟକଣା ମଧ୍ୟରେ କେବଳ ଅନଲାଇନ ମୋଡରେ ବିଭିନ୍ନ କ୍ଲାସ୍ ହେଉଛି। କଲେଜ ବନ୍ଦ ଥିବା ଯୋଗୁଁ ପରୀକ୍ଷା ମଧ୍ୟ ହୋଇପାରି ନଥିଲା।

Comment