ଓଡ଼ିଶାଲାଇଭ୍ ବ୍ୟୁରୋ

birju kuluପୁଣି ନିଖୋଜ ହୋଇଯାଇଛନ୍ତି ସୁନ୍ଦରଗଡ଼ର ବିର୍‌ଜୁ କୁଲୁ। ମାନସିକ ଅନଗ୍ରସର ହୋଇ ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲ୍‌ରେ ରହିବା ପରେ ଗତ ନଭେମ୍ଵର ୧୩ ତାରିଖରେ ବିର୍‌ଜୁ ଜନ୍ମମାଟିକୁ ଫେରିଥିଲେ। କିନ୍ତୁ ଶନିବାର ହଠାତ୍ ମଧ୍ୟରାତ୍ରିରେ ଘରଛାଡ଼ି ସେ କେଉଁଆଡ଼େ ଚାଲିଯାଇଛନ୍ତି। ରବିବାର ଏନେଇ ବିର୍‌ଜୁଙ୍କ ଭଉଣୀ ବେର୍ଣ୍ଣାବେଡ କୁଲୁ କୁତ୍ରା ଥାନାରେ ବିର୍‌ଜୁଙ୍କ ନିଖୋଜ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ କୁତ୍ରା ପୋଲିସ ବିର୍‌ଜୁଙ୍କୁ ଖୋଜିବା ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରିଛି। ଛୋଟବେଳୁ  ବିରଜୁଙ୍କ ମାନସିକ ଅବସ୍ଥା ଭଲ ନଥିଲା। ୨୪କି ୨୫ ବର୍ଷ ବୟସରେ ସେ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ତା’ପରେ ଭୁଲ୍‌ ବଶତଃ କେତେବେଳେ ସୀମା ପାର୍ ହୋଇ ପହଞ୍ଚିଯାଇଥିଲେ ପାକିସ୍ତାନରେ। ଗୁପ୍ତଚର ଭାବି ପାକିସ୍ତାନ ସୈନ୍ୟ ତାଙ୍କୁ ଧରି ଲାହୋର୍ ଜେଲ୍‌ରେ ରଖିଥିଲା। ଦୀର୍ଘ ଦିନ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ।ଗୋଟିଏ ବୋଲି ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବାପା-ମା ଆରପାରିକୁ ଚାଲିଗଲେ। ଦୀର୍ଘ ବର୍ଷ ଧରି ବର୍‌ଜୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ମୃତ ମାନି ନେଇଥିଲେ। କିନ୍ତୁ କୌଣସି ଏକ ଫିଲ୍ମର କାହାଣୀ ପରି ବିର୍‌ଜୁ ୨୫ ବର୍ଷ ପରେ ଗାଁ ମାଟିକୁ ଫେରିଥିଲେ। ଜେଲରୁ ମୁକୁଳି ଅମୃତସରରେ ଏକ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବିର୍‌ଜୁ। ଏହାପରେ ପ୍ରଶାସନ ତାଙ୍କୁ ଜନ୍ମମାଟି ସୁନ୍ଦରଗଡ଼କୁ ଆଣିଥିଲେ।

Comment