ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନା ମାହାମାରୀର ପ୍ରକୋପ କମିନଥିଲା ବେଳେ ଏବେ ଲୋକଙ୍କୁ ବାର୍ଡ ଫ୍ଲୁର ଭୟ ଘାରିଲାଣି। କାରଣ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶର କିଛି ଅଞ୍ଚଳରେ ଏହି ପ୍ଲୁ ଯୋଗୁଁ ବହୁ ସଂଖ୍ୟାରେ କାଉଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି, ଯାହାପରେ ବାର୍ଡ ଫ୍ଲୁକୁ ନେଇ ଲୋକଙ୍କ ଭିତରେ ଭୟ ଦେଖାଯାଇଛି।

୧ ତାରିଖରେ ରାଜସ୍ଥାନ ଝାଲାୱାଡ ବାଲାଜୀ ମନ୍ଦିରରେ ଅନେକ କାଉ ମରି ପଡ଼ିଥିବାର ସୂଚନା ପାଇ କୋଟା ପଶୁପାଳନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରୁ ମୃତ କାଉଙ୍କୁ ସଂଗ୍ରହ କରିବା ସହିତ ତାଙ୍କ ପରୀକ୍ଷା ନୀରିକ୍ଷା ପାଇଁ ପଠାଯାଇଥିଲା। ଏହାପରେ କାଉମାନେ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଫଳରେ କାଉଗୁଡ଼ିକୁ ଖାତ ଖୋଳି ପୋତି ଦିଆଯାଇଛି। ଫ୍ଲୁ ଯେପରି ନ ବ୍ୟାପେ ସେଥିଲାଗି ଆଖପାଖ ଅଞ୍ଚଳକୁ ସାନିଟାଇଜ ମଧ୍ୟ କରାଯାଇଛି। ସରକାର ଏଥିପାଇଁ ଆଡଭାଇଜରି ମଧ୍ୟ ଜାରି କରିଛନ୍ତି।

ସେହିପରି ମଧ୍ୟପ୍ରଦେଶ ଇନ୍ଦୋରରେ ୩ ଦିନ ପୂର୍ବେ ଏକ କାଳୀନ ୫୦ରୁ ଅଧିକ କାଉ ମରିପଡିଥିବାର ଦେଖା ଯାଇଥିଲା। ମୃତ କାଉଙ୍କ ପରୀକ୍ଷା ନିରିକ୍ଷା ପରେ ବାର୍ଡ ଫ୍ଲୁ ବୋଲି ଜଣାପଡିଛି।

ରାଜସ୍ଥାନ, ମଧ୍ୟପ୍ରଦେଶରୁ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିବା ପରେ ଝାଡ଼ଖଣ୍ଡରେ ଆଲର୍ଟ ଜାରି ହୋଇଛି। ଫ୍ଲୁକୁ ନେଇ ସାଧାରଣ ଲୋକ ଭୟଭୀତ ନହୋଇ ସଚେତନ ରହିବାକୁ ଝାଡ଼ଖଣ୍ଡର ପଶୁପାଳନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ହିମାଚଳ ପ୍ରଦେଶରେ ପୋଙ୍ଗ ଡ୍ୟାମ ଅଭୟାରଣ୍ୟରେ ଗୋଟିଏ ସପ୍ତାହରେ ୧ହଜାରରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Comment