ଓଡ଼ିଶାଲାଇଭ୍ ବ୍ୟୁରୋ

ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ମଙ୍ଗଳବାର ଯୁବ କଂଗ୍ରେସ ପକ୍ଷରୁ କଟକରେ ପୋଲିସ ଡିଜିଙ୍କ ଅଫିସ ଘେରାଉ କରାଯାଇଥିଲା ବେଳେ ଭୁବନେଶ୍ଵରରେ ମନ୍ତ୍ରୀ ପ୍ରତାପଙ୍କ ସରକାରୀ ବାସଭବନକୁ ଘେରିଛି ଛାତ୍ର କଂଗ୍ରେସ।

ମଙ୍ଗଳବାର ଛାତ୍ର ଏବଂ ଯୁବ କଂଗ୍ରେସର ଶହ ଶହ କର୍ମୀ ଶିଶୁଭବନ ଛକରେ ମନ୍ତ୍ରୀ ପ୍ରତାପଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କ ସରକାରୀ ବାସଭବନକୁ ଏକ ଶୋଭାଯାତ୍ରା ବାହାର କରିଥିଲେ। ମନ୍ତ୍ରୀ ପ୍ରତାପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କର ମନ୍ତ୍ରୀ ପଦରୁ ଇସ୍ତଫା ଦାବି କରି ରାଜରାସ୍ତାରେ ଗର୍ଜିଥିଲେ ଛାତ୍ର କଂଗ୍ରେସର ଶତାଧିକ କର୍ମୀ। ପ୍ରତାପଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ଏବଂ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ।“ରାଜନୈତିକ ଆକ୍ରୋଶ ରଖି ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗାରେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ତେଣୁ ଯଦି ୭ ଦିନ ଭିତରେ ପ୍ରତାପ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କ ବିରୋଧରେ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ। ରାଜ୍ୟର ପ୍ରତି ପଞ୍ଚାୟତରେ ପ୍ରତାପଙ୍କ ବିରୋଧରେ ଧାରଣା ଦିଆଯାଇ ଏହି ଆନ୍ଦୋଳନ ଆହୁରି ତୀବ୍ର କରାଯିବ”, କହିଛନ୍ତି ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ ଦାସ।

Comment