ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଉ ୨୩୦ ପଜିଟିଭ୍ ଚିହ୍ନଟ
  • ଆଖି ବୁଜିଲେ ଖୋର୍ଦ୍ଧାର ଜଣେ କୋଭିଡ୍ ରୋଗୀ
  • ରାଜ୍ୟରେ ଏବେ ବି ୨୨୦୨ ଜଣ ଆକ୍ରାନ୍ତ ସକ୍ରିୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୨୩୦ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୯୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏଥିସହ ବୁଧବାର ରାଜ୍ୟରେ ଜଣେ କୋଭିଡ୍ ରୋଗୀ ଆଖି ବୁଜିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୦ ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ଅନୁଗୁଳରୁ ୨୪, ବରଗଡ଼ରୁ ୧୭, ବଲାଙ୍ଗିରରୁ ୧୮,ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୧୪ ଏବଂ ସମ୍ବଲପୁରରୁ ୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

କରୋନାରେ ଆଖି ବୁଜିଥିବା ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି। ତାଙ୍କର ବୟସ ୭୦ ବର୍ଷ ଥିଲା। ସେ କରୋନାରେ ଆକ୍ରାନ୍ତ ହେବା ସହିତ କିଡନୀ ଜନିତ ରୋଗ ଓ ହାଇପରଟେନସେନରେ ଆକ୍ରାନ୍ତ ଥିଲେ। ଏଯାବତ ରାଜ୍ୟରୁ ମୋଟ ୩ ଲକ୍ଷ ୩୧ ହଜାର ୧୫୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩ ଲକ୍ଷ ୨୭ ହଜାର ୮ ଜଣ ସୁସ୍ଥ ହୋଇସାରିଲେଣି। ଏବେ ବି ରାଜ୍ୟରେ ୨୨୦୨ ଆକ୍ରାନ୍ତ ସକ୍ରିୟ ଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

Comment