ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ କଟକଣା ଭିତରେ ଏଥର ପାଳନ ହେବ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ। କରୋନା ସଂକ୍ରମଣକୁ ଆଖି ଆଗରେ ରଖି କମ୍ ଅତିଥି ଓ ଅଧିକାରୀଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାର ଅନୁମତି ମିଳିବ ବୋଲି ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

ଜାନୁଆରି ୨୬ ତାରିଖ ଦିନ ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସର ପତାକା ଉତ୍ତୋଳନ ହେବ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କୁହାଯାଇଛି।

ଅଳ୍ପ ଅତିଥିଙ୍କ ସହିତ କିଛି କୋଭିଡ୍ ଯୋଦ୍ଧାଙ୍କୁ ମଧ୍ୟ ଏହି ଉତ୍ସବରେ ଯୋଗଦେବାର ସୁଯୋଗ ମିଳିବ। ଏହି ଅବସରରେ ସେମାନଙ୍କୁ ସମ୍ମାନିତ କରାଯାଇପାରେ ବୋଲି ସୂଚନା ମିଳୁଛି। ଏଥିସହ ଟିଭି ଓ ସାମାଜିକ ଗଣମାଧ୍ୟମର ଲୋକମାନେ ଏହାର ସିଧାପ୍ରସାରଣ ଦେଖିପାରିବେ ବୋଲି କୁହାଯାଇଛି।

Comment