ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୨୪୫ ଆକ୍ରାନ୍ତ, ୨ ମୃତ
- ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୧,୩୯୬କୁ ବୃଦ୍ଧି
- କରୋନାଜନିତ ମୃତ୍ୟୁସଂଖ୍ୟା ୧,୮୯୦କୁ ବୃଦ୍ଧି
ରାଜ୍ୟର ୨୩ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୨୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୧୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪ ଜଣ ଆକ୍ରାନ୍ତ ଅଛନ୍ତି। ଅନ୍ୟପଟେ ଆଜି ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
Covid-19 Report For 7th January, 2021
New Positive Cases: 245
In quarantine: 141
Local contacts: 104(Details of local contacts will be shared by concerned Dist Administration)
District Wise Cases:
1. Angul: 20
2. Balasore: 16
3. Bargarh: 13
4. Bhadrak: 3
5. Balangir: 40— I & PR Department, Odisha (@IPR_Odisha) January 8, 2021
ଆଜି ବଲାଙ୍ଗିରରୁ ସର୍ବାଧିକ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୨୯ ଜଣ, ଖୋର୍ଦ୍ଧାରୁ ୨୫ ଜଣ, ଅନୁଗୁଳରୁ ୨୦ ଜଣ, ବାଲେଶ୍ୱର ଓ ଝାରସୁଗୁଡ଼ାରୁ ୧୬ ଜଣ ପଜିଟିଭ୍ ଅଛନ୍ତି। ସେହିପରି ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
22. Sonepur: 4
23. Sundargarh: 29
24. State Pool: 5New recoveries: 282
Cumulative tested: 7111212
Positive: 331396
Recovered: 327290
Active cases: 2163— I & PR Department, Odisha (@IPR_Odisha) January 8, 2021
ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୧,୩୯୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୭,୨୯୦ ଜଣ ସୁସ୍ଥ ହୋଇଥିବା ବେଳେ ୨,୧୬୩ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୮୯୦କୁ ବୃଦ୍ଧି ପାଇଛି।














