ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଏବେ ଶୀତ କମିଥିଲେ ମଧ୍ୟ ସକାଳବେଳା କୁହୁଡ଼ି ପଡ଼ୁଛି। ଏଭଳି ସ୍ଥିତିରେ ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିପାଇଁ ସ୍ୱତନ୍ତ୍ର ରିଲିଫ୍ କମିସନର ଜିଲ୍ଲାପାଳମାନଙ୍କୁ ସତର୍କତା ଜାରି କରିଛନ୍ତି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଭଦ୍ରକରେ ଘନ କୁହୁଡ଼ି ଦେଖାଯିବ। ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ରବିବାର ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଭଦ୍ରକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଆଗାମୀ ଦୁଇ ଦିନ ପୋଲିସ ଓ ପରିବହନ ବିଭାଗ ସତର୍କତା ଆପଣାଇବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି। କୁହୁଡ଼ି ଯୋଗୁ ରାସ୍ତାରେ ଦୁର୍ଘଟଣା ଆଶଙ୍କା ଥିବାରୁ ପରିବହନ ବିଭାଗ ସଜାଗ ରହିବାକୁ କୁହାଯାଇଛି।

Comment