ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡାକ୍ତର ବନ ବିହାରୀ ମିଶ୍ର ସିନିୟର କନ୍‌ସଲ୍‌ଟାଣ୍ଟ୍ ଭାବେ ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଇଛନ୍ତି।

ଡାକ୍ତର ବନ ବିହାରୀ ମିଶ୍ରଙ୍କର ବିଭିନ୍ନ କର୍ପୋରେଟ୍ ହସ୍ପିଟାଲ୍‌ରେ ୧୩ ବର୍ଷର କାର୍ଯ୍ୟ କରିବା ଅଭିଜ୍ଞତା ରହିଥିବାବେଳେ ସେ ବାଇପାସ୍ ସର୍ଜରୀ (ବିଶେଷ କରି ବିଟିଂ ହାର୍ଟ), ଟୋଟାଲ୍ ଆର୍ଟେରିଆଲ୍ ବାଇପାସ୍‌, ଭାଲ୍‌ଭ ରିପେୟାର୍ ଆଣ୍ଡ ରିପ୍ଲେସ୍‌ମେଣ୍ଟ୍, ଆରିଥମିଆ ସର୍ଜରୀ, କାର୍ଡିଆକ୍ ସର୍ଜରୀ, ସର୍ଜରୀ ଫର ଆୟୋରଟିକ୍ ଆନ୍ୟରିଜିମ୍ ଆଣ୍ଡ ପେରିଫେରାଲ୍ ଭାସ୍କୁଲାର ସର୍ଜରୀ, ଭାରିକୋଜ୍ ଭେନ୍ ସର୍ଜରୀ, ଲଙ୍ଗ ସର୍ଜରୀ ଏବଂ ଅନେକ ଜଟିଳ ହାର୍ଟ ସର୍ଜରୀ କରିବାରେ ସଫଳତା ହାସଲ କରିଛନ୍ତି।ଡାକ୍ତର ବନ ବିହାରୀ ମିଶ୍ର ଏଭଳି ଜଣେ ସର୍ଜନ୍ ଯିଏକି ନିଜ କାର୍ଯ୍ୟକୁ ନେଇ ଉତ୍ସାହିତ ଥାଆନ୍ତି ଏବଂ ରୋଗୀଙ୍କ ସୁସ୍ଥତା ପ୍ରତି ସଂପୂର୍ଣ୍ଣ ଧ୍ୟାନ ଦେଇଥାନ୍ତି।  ସେ କାନ୍‌ପୁର ସ୍ଥିତ ଜିଏସ୍‌ଭିଏମ୍ ମେଡିକାଲ୍ କଲେଜରୁ ଜେନେରାଲ ସର୍ଜରୀରେ ପୋଷ୍ଟ ଗ୍ରାଜୁଏସନ୍ କରିଥିବା ବେଳେ ନୂଆଦିଲ୍ଲୀ ସ୍ଥିତ ଜି.ବି. ପନ୍ତ ହସ୍ପିଟାଲ୍‌ରୁ ସିଭିଟିଏସ୍‌ରେ ଏମ୍‌ସିଏଚ୍ ହାସଲ କରିଛନ୍ତି।

ରାଜ୍ୟର ଜଣେ ଜଣାଶୁଣା ଟାଭି (ଟ୍ରାନ୍ସକ୍ୟାଥେଟର୍ ଆୟୋରଟିକ୍ ଭାଲ୍‌ଭ ଇନ୍‌ପ୍ଲାଂଟେସନ୍‌) ସର୍ଜନ  ଭାବେ ସେ ବେଶ ପ୍ରତିଷ୍ଠିତ। ତାଙ୍କର ମିନିମାଲ୍ ଇନ୍‌ଭେସିଭ୍ କାର୍ଡିଆକ୍ ସର୍ଜରୀ (ଏମ୍‌ଆଇସିଏସ୍‌) ଏବଂ ଏମ୍‌ସିଏସ୍‌-ଇକ୍‌ମୋ ପଦ୍ଧତିରେ ଚିକିତ୍ସା କରିବାରେ ବିଶେଷ ଦକ୍ଷତା ରହିଛି। ତାଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଜର୍ନାଲ୍‌ରେ ପ୍ରବନ୍ଧ ପ୍ରକାଶିତ ହୋଇଛି।

ଡାକ୍ତର ବନ ବିହାରୀ ମିଶ୍ର ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ କାର୍ଡିଓଭାସ୍କୁଲାର୍ ଆଣ୍ଡ ଥୋରାସିକ୍ ସର୍ଜନ୍‌ସ (ଏଫ୍‌ଆଇଏସିଏସ୍‌)ର ସଦସ୍ୟ ଅଛନ୍ତି। ସେ ଜର୍ମାନୀ, ଲିପ୍‌ଜିଗ୍ ସ୍ଥିତ ଲିପ୍‌ଜିଗ୍ ହାର୍ଟ ସେଣ୍ଟରରୁ ଏମ୍‌ଆଇସିଏସ୍ ଏବଂ ଏମ୍‌ସିଏସ୍‌ରେ ତାଲିମ୍ ପାଇଛନ୍ତି। ସେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଓପିଡିରେ ପରାମର୍ଶ ନିମନ୍ତେ ମିଳିପାରିବେ।

LEAVE A REPLY

Please enter your comment!
Please enter your name here