ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍)ରେ ଯୋଗ ଦେଇଛନ୍ତି। ସିନିୟର କନସଲ୍‌ଣ୍ଟାଟ୍ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି।

ପେଡିଆଟ୍ରିକ୍ ଇଣ୍ଟେନଭ୍ କେୟାର, ପେଡିଆଟ୍ରିକ୍ ହେମାଟୋଲୋଜି, ଆଡୋଲସେଣ୍ଟ ହେଲଥ୍ କେୟାର, ନିଓନାଟୋଲୋଜି ଏବଂ ସଂକ୍ରମିତ ରୋଗଗୁଡ଼ିକର ଚିକିତ୍ସା କରିବାରେ ତାଙ୍କୁ ବେଶ ସଫଳତା ମିଳିଛି। ଭିଏସ୍ଏସ୍ ମେଡିକାଲ କଲେଜର ଛାତ୍ର ଡାକ୍ତର ଦେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରୁ ଶିଶୁ ରୋଗ ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି। ଜଣେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଭାବେ ତାଙ୍କର ସୁଖ୍ୟାତି ରହିଛି।

ଅନେକ ଖ୍ୟାତନାମା ହସ୍ପିଟାଲରେ କାମ କରିବାରେ ତାଙ୍କର ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ରହିଛି। ଏଥିସହ ଶିଶୁ ଓ ଯୁବ ରୋଗୀମାନଙ୍କୁ ଖୁବ୍ ଭଲ ଚିକିତ୍ସା କରାଇବାରେ ତାଙ୍କର ବିଶେଷ ଖ୍ୟାତି ରହିଛି।

ଡାକ୍ତର ଦେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଆଶୁରୋଗ ବିଭାଗ (ଓପିଡି)ରେ ସପ୍ତାହର ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଓ ଶନିବାର ରୋଗୀମାନଙ୍କର ଚିକିତ୍ସା କରିବେ।

Comment