ଓଡ଼ିଶାଲାଇଭ୍ ବ୍ୟୁରୋ

ହୃଦସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ଆରିଥ୍‌ମିଆ ରୋଗର ଚିକିତ୍ସା ଏବେ ସମ୍ ଅଲଟିମେଟ୍ ମେଡିକେୟାରରେ ଉପଲବ୍ଧ ହେବ। ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ଏହି ରୋଗର ଚିକିତ୍ସା ପାଇଁ ସମସ୍ତ ଅତ୍ୟାଧୁନିକ ଉପକରଣ ସହ ସ୍ୱତନ୍ତ୍ର ଇଲେକ୍ଟ୍ରୋଫିଜିଓଲୋଜି ଲାବୋରେଟୋରି ସମ୍‌ରେ ଆରମ୍ଭ ହୋଇଛି।

ଆରିଥ୍‌ମିଆ ଏପରି ଏକ ସମସ୍ୟା ଯାହାଦ୍ୱାରା ଅସ୍ୱାଭାବିକ ହୃଦସ୍ପନ୍ଦନ ସୃଷ୍ଟି ହୋଇଥାଏ। ହାର୍ଟବିଟ୍‌କୁ ନିୟନ୍ତ୍ରଣ କରୁଥିବା ଶକ୍ତି ଠିକ୍ ଭାବେ କାମ ନ କଲେ ହୃଦସ୍ପନ୍ଦନ ଖୁବ୍ ଦ୍ରୁତ (ଟାକିକାର୍ଡିଆ) କିମ୍ବା ଖୁବ୍ ଧୀର (ବ୍ରାଡିକାର୍ଡିଆ) ହୋଇଥାଏ।

ଏହିଭଳି ସମସ୍ୟାର ଉତ୍ପତିକୁ ନେଇ ଏହାକୁ ଆଟ୍ରିଆ କିମ୍ବା ଭେନ୍ଟ୍ରିକ୍ଲସ୍ ଭାବେ ଶ୍ରେଣୀଭୁକ୍ତ କରାଯାଇଛି। ହୃଦସ୍ପନ୍ଦନର ଗତିକୁ ନେଇ ମଧ୍ୟ ଏହା ନିର୍ଣ୍ଣୟ କରାଯାଏ।

ଔଷଧ ମାଧ୍ୟମରେ ଚିକିତ୍ସା କରାଯାଇ ଏହାର ନିରାକରଣ କରାଯାଇଥାଏ ଅଥବା ହାର୍ଟରେଟ୍‌କୁ ନିୟନ୍ତ୍ରଣ କରାଯାଇଥାଏ। ଯେତେବେଳେ ଔଷଧ କାମ ଦିଏ ନାହିଁ ଇପି ଷ୍ଟଡି ଏବଂ ରେଡିଓଫ୍ରିକ୍ୱେନ୍ସି କୋଥାଟର ଆବ୍ଲେସନ୍ ଭଳି କେତେକ ଇନ୍‌ଭେସିଭ୍ ଥେରାପି ମାଧ୍ୟମରେ ଏହାର ଚିକିତ୍ସା କରାଯାଇଥାଏ।

ପୂର୍ବରୁ ଏହି ରୋଗରେ ପୀଡ଼ିତ ରୋଗୀମାନେ ଚିକିତ୍ସା ପାଇଁ ଓଡ଼ିଶା ବାହାରର କେତେକ ମେଟ୍ରୋ ସହରକୁ ଯାଉଥିଲେ। କିନ୍ତୁ ଏବେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଅଭିଜ୍ଞ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚିକିତ୍ସା ଉପଲବ୍ଧ ହୋଇପାରିବ। ସମସ୍ତ ସରଳ/ଜଟିଳ ଚିକିତ୍ସା ଏବଂ ପିଏସ୍‌ଭିଟି, ଭିଟି, ଆଟ୍ରିଆଲ୍ ଫିବ୍ରିଲେସନ୍ ଏବଂ ଫ୍ଲଟର ଭଳି ଅପରେସନ୍ ପରବର୍ତ୍ତୀ ଆରିଥମିଆର ଚିକିତ୍ସା ସମ୍‌ରେ କରାଯାଇଛି।

କଣ୍ଡକ୍ସନ୍ ସିଷ୍ଟମ୍ ଡିଜ୍ଅର୍ଡର୍ ଏବଂ ହାର୍ଟ ଫେଲ୍ୟୁଅର୍ ଭଳି କେସ୍‌ରେ ସମସ୍ତ ପ୍ରକାରର କନ୍‌ଭେନ୍‌ସ୍‌ନାଲ୍ ଓ ଅତ୍ୟାଧୁନିକ ଫିଜିଓଲୋଜିକାଲ୍ ପେସ୍‌ମେକର୍ ପ୍ରତ୍ୟାରୋପଣ କରାଯାଇପାରିବ। ସେହିପରି ଔଷଧ ଦ୍ୱାରା କେତେକ ବଂଶାନୁକ୍ରମିକ ହାର୍ଟଫେଲ୍ୟୁଅର୍ କ୍ଷେତ୍ରରେ ଉପକାର ମିଳୁ ନଥିଲେ ସ୍ୱତନ୍ତ୍ର ପେସ୍‌ମେକର ଲଗାଯାଇ ଚିକିତ୍ସା କରାଯାଇପାରିବ।

Comment