ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀର ଏହି କଠିନ ସମୟରେ ଉତ୍ତମ ଚିକିତ୍ସା ଯୋଗାଇ ପ୍ରଶଂସିତ ହୋଇଛି ସମ୍ କୋଭିଡ୍ ଏବଂ ଅଲ୍ଟିମେଟ୍ ମେଡିକେୟାର ଟିମ୍‌। ସମ୍‌ରେ ଚିକିତ୍ସିତ ହୋଇ କୋଭିଡ୍‌ରୁ ସୁସ୍ଥ ହୋଇଥିବା ପ୍ରଦୀପ କୁମାର ମାଧୁପ୍, ପ୍ରିୟମ୍ବଦା ଦାସ ଏବଂ ତାଙ୍କ ସମ୍ପର୍କୀୟମାନେ ମେଡିକାଲ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି।

କରୋନା ସଂକ୍ରମିତ ହୋଇ ମେ’ ୫ ତାରିଖରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ରେଳ ବିଭାଗର ଜଣେ କର୍ମଚାରୀ ପ୍ରଦୀପ କୁମାର ମାଧୁପ୍। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତେଣୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ସମ୍ପର୍କରେ ଅଧିକ ଜାଣିବା ପାଇଁ ତାଙ୍କ ପାଖରେ ତାଙ୍କର ପରିବାର ନଥିଲେ। କାରଣ ତାଙ୍କ ପତ୍ନୀ ଏବଂ ପିଲାମାନେ ମଧ୍ୟ କରୋନା ସଂକ୍ରମିତ ହୋଇ ଓଡ଼ିଶା ବାହାରେ ଚିକିତ୍ସିତ ହେଉଥିଲେ। ସିଙ୍ଗାପୁରରେ ଥିବା ତାଙ୍କ ସମ୍ପର୍କୀୟ ସମ୍ କୋଭିଡ ହସ୍ପିଟାଲ୍ ସହ ଯୋଗାଯୋଗ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସର୍ମ୍ପକରେ ହେଲ୍ପ ଡେସ୍କ ଟିମ୍ ସମସ୍ତ ତଥ୍ୟ ନିୟମିତ ଭାବେ ପ୍ରଦାନ କରୁଥିଲେ ଏବଂ ଡାକ୍ତର ଓ ନର୍ସମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସୁଧାରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ।ଦୀର୍ଘ ୧୨ ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କ୍ରିଟିକାଲ କେୟାର ୟୁନିଟର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଇଥିଲା। ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସୋମବାର ଦିନ ସେ ସମ୍ ଅଲ୍ଟିମେଟ୍‌ରୁ ଡିସ୍‌ଚାର୍ଜ ହୋଇ ନିଜ ଘର ବିହାରକୁ ଫେରିପାରିଛନ୍ତି।

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ପ୍ରଦୀପ ମାଧୁପ୍ ଭାବବିହ୍ୱଳ ହୋଇ କହିଛନ୍ତି,”ମୁଁ ସମ୍ କୋଭିଡ୍ ହସ୍ପିଟାଲକୁ ଆସିବା ବେଳେ ମୋ ପାଖରେ କେହି ନଥିଲେ। ମୋ ପରିବାର ମଧ୍ୟ ମୋଠାରୁ ବହୁ ଦୂରରେ ଥିଲେ। କିନ୍ତୁ ସମ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସେବା, ଯତ୍ନ, ସାହାଯ୍ୟ ଓ ସହଯୋଗ ଫଳରେ ମୁଁ ନୂଆ ଜୀବନ ପାଇ ଆଜି ଘରକୁ ଫେରିପାରୁଛି।”

ପ୍ରଦୀପ ମାଧୁପ୍ ସୁସ୍ଥ ହେବାପରେ ସିଙ୍ଗାପୁରରେ ଥିବା ତାଙ୍କ ସମ୍ପର୍କୀୟ କୁମାର ଆନନ୍ଦ ମଧ୍ୟ ସମ୍ ହସ୍ପିଟାଲ ଟିମ୍‌କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।ସେହିପରି ଏପ୍ରିଲ ୨୭ ତାରିଖରେ ପ୍ରିୟମ୍ବଦା ଦାସ ନାମକ ଜଣେ ମହିଳା କୋଭିଡରେ ସଂକ୍ରମିତ ହେବା ପରେ ପ୍ରଥମେ ସମ୍ କୋଭିଡ୍ ହସ୍ପିଟାଲ୍ ଏବଂ ପରବର୍ତ୍ତୀ ସମୟରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି ହୋଇଥିଲେ। ସେ ମଧ୍ୟ ମେ’ ୫ ତାରିଖରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରିୟମ୍ବଦା ସଂକ୍ରମିତ ହେବା ପରେ ସୁଦୂର ଅଷ୍ଟ୍ରେଲିଆରେ ଥିବା ତାଙ୍କ ପୁଅ ସମ୍ଭବ ଦାସ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟସ୍ତ ହୋଇପଡ଼ିଥିଲେ। ଏତେ ଦୂରରେ ଥିବାରୁ ସେ ମା’ଙ୍କ ପାଖକୁ ଆସି ପାରୁନଥିଲେ। କିନ୍ତୁ ସମ୍ ହସ୍ପିଟାଲର ସ୍ଵାସ୍ଥ୍ୟକର୍ମୀମାନଙ୍କ ସେବା ଫଳରେ ତାଙ୍କ ମା’ ସୁସ୍ଥ ହୋଇ ଘରକୁ ଫେରିବା ପରେ ସେ ସମ୍ ହସ୍ପିଟାଲ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

Comment