ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରି ୧୪ ତାରିଖରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ। ଏହି ଗସ୍ତରେ ସେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରୁ ଏନେଇ ଏକ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ନବୀନ କଳାହାଣ୍ଡିବାସୀଙ୍କୁ ଜୁହାର କରିବା ସହିତ ଆସନ୍ତା ଜାନୁଆରି ୧୪ ତାରିଖ ଅଥବା ମକର ସଂକ୍ରାନ୍ତି ଦିନ ସେ କଳାହାଣ୍ଡି ଗସ୍ତରେ ଯାଉଛନ୍ତି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ। ତେବେ ଏହି ଗସ୍ତ କେତେଦିନିଆ ସେନେଇ ନିର୍ଦ୍ଧିଷ୍ଟ କୌଣସି ସୂଚନା ମିଳିପାରିନାହିଁ।

Comment