ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ପ୍ରତି ରବିବାର ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର। ସପ୍ତାହରେ ଗୋଟିଏ ଦିନ ମନ୍ଦିରକୁ ସାନିଟାଇଜ କରିବା ପାଇଁ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜାନୁଆରି ୨୧ ତାରିଖରୁ ଫ୍ରେବ୍ରୁଆରି ୨୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ ହେବ। ଏନେଇ ରବିବାର ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ରବିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୀତି ନିୟମ ନିର୍ଦ୍ଧାରଣ ହୋଇଛି। ଏଣିକି ସକାଳ ୮ଟା ବଦଳରେ ସକାଳ ୭ଟାରୁ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ସେହିପରି କେବଳ ପୁରୀବାସୀମାନେ ଏକ ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୬ଟାରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।

ତେଣୁ ମନ୍ଦିରକୁ ସାନିଟାଇଜିଂ କରିବା ପାଇଁ ଗୋଟିଏ ଦିନ ଆବଶ୍ୟ ହେବ। ଏଥିପାଇଁ ସପ୍ତାହରେ ଗୋଟିଏ ଦିନ ରବିବାର ଦର୍ଶନକୁ ବନ୍ଦ ରଖି ମନ୍ଦିରକୁ ସଫା କରାଯିବା ନେଇ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।

Comment