ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏହି ଟିକା ସମ୍ପୂର୍ଣ୍ଣ ମାଗଣାରେ ନେବେ ସ୍ୱାସ୍ଥ୍ୟକର୍ମୀ। ପ୍ରଥମ ପର୍ଯ୍ୟାୟର ଟିକା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ଟିକାକରଣକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ବେଳେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଦ୍ୱିତୀୟ ପର୍ଯ୍ୟାୟରେ ୫୦ରୁ ଅଧିକ ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଲୋକଙ୍କ ଟିକା ଦିଆଯିବ। ଆଗାମୀ କିଛି ମାସରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏହାସହିତ କୋଭିଡ୍‌ ଟିକାକରଣକୁ ନେଇ ହେଉଥିବା ଗୁଜବ ରୋକିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କହିବା ସହିତ ଏହାକୁ କିପରି ରୋକାଯାଇପାରିବ ସେ ପ୍ରତି ରାଜ୍ୟମାନେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ମୋଦୀ। ସେହିପରି କୋଭିସିଲ୍ଡ ଓ କୋଭାକ୍ସିନ ଭଳି ଦେଶରେ ଆଉ ୪ଟି ସ୍ୱଦେଶୀ ଟିକା ଉପରେ କାମ ଚାଲିଥିବା ସେ ସୂଚନା ଦେଇଛନ୍ତି।

ସାରାଦେଶରେ କରୋନା ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ପୂର୍ବାଭ୍ୟାସ ବା ଡ୍ରାଏ ରନ ବି ସରିଛି। ଆସନ୍ତା ୧୬ ତାରିଖରୁ କୋଭିଡ ଟିକାକରଣ ଆରମ୍ଭ ହେବ। ଦେଶରେ ଏଥିପାଇଁ ୫ ହଜାର ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଏହାସହିତ ଏ ସବୁର ସୁପରିଚାଳନା ଲାଗି ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here