ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୨୫ଟି ଜିଲ୍ଲା ଏବଂ ଷ୍ଟେଟ ପୁଲ୍‌ରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୨୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୧୩୧ଟି କେସ୍ ରହିଥିବା ବେଳେ ଲୋକାଲ କେସ୍ ରହିଛି ୯୪ଟି। ଏନେଇ ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାର ପକ୍ଷରୁ ସୂଚନା ଦିଆଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ଼, ବଲାଙ୍ଗିର ଜିଲ୍ଲାରୁ ୧୬ ଜଣ ଲେଖାଏଁ, ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା, ପୁରୀ ଏବଂ ସମ୍ଵଲପୁର ଜିଲ୍ଲାରୁ ୧୫ ଜଣ ଲେଖାଏଁ କରୋନା ରୋଗୀ ବାହାରିଛନ୍ତି। ଏଥିସହ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୩୩୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୮,୨୭୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ବି ୨,୧୧୩ଟି ସକ୍ରିୟ କେସ୍ ରହିଛି।

Comment