ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବାହାଘର ପ୍ରୋସେସନରେ ବାଜିବ ଡିଜେ, ଝଲସିବ ଲାଇଟ୍। ଦାଣ୍ଡ ଦୁଲୁକେଇ କନିଆ ଘରକୁ ବାହାହେବାକୁ ଯିବ ବର। ବରଯାତ୍ରୀମାନେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରି ଶୋଭାଯାତ୍ରାରେ ଭାଗନେବେ। ମଙ୍ଗଳବାର ଏଥିପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି।

ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ରିଲିଫ୍ କମିସନର ଏନେଇ ଚିଠି ଲେଖି ସବୁ ଜିଲ୍ଲାପାଳ, ଏସପି ଓ ମୁନିସିପାଲ୍ କମିସନରଙ୍କୁ ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ବିବାହ ଶୋଭଯାତ୍ରାରେ ଏଣିକି ଲାଇଟ୍, ସାଉଣ୍ଡ ବ୍ୟବସ୍ଥା ରହିପାରିବ। ବରଯାତ୍ରୀମାନେ କୋଭିଡ୍ କଟକଣା ସହ ଶୋଭାଯାତ୍ରାରେ ସାମିଲ ହୋଇପାରିବେ। ପୂର୍ବ ନିୟମ ମୁତାବକ ଗୋଟିଏ ବାହାଘରରେ କେବଳ ୨୦୦ ଲୋକ ସାମିଲ ହୋଇପାରିବେ ବୋଲି କୁହାଯାଇଛି।

ଏଥିସହ ଅନ୍ତିମ ସଂସ୍କାର ସମ୍ବନ୍ଧୀୟ କାମ ପାଇଁ ଅତିବେଶୀରେ ଶହେ ଲୋକ ଏକାଠି ହୋଇପାରିବେ। ଏସବୁ କାମରେ କୋଭିଡ୍ ନିୟମ ପାଳନ ହେବ। ଯେଉଁଠାରେ ନିୟମକୁ ଲୋକମାନିବେନି ସେଠାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

Comment