ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୋମବାର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲାରେ ଏକ ସଡ଼କ ସୁରକ୍ଷା ରାଲି କରାଯାଇଛି। ସ୍ଥାନୀୟ ରାମ ମନ୍ଦିର ଛକ ନିକରରୁ ଏହି ରାଲି ବାହାରି ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସମେତ ବହୁ ସଂଗଠନର ସଦସ୍ୟ ଯୋଗ ଦେଇଥିଲେ।ଏହାପରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥଲା। ଏହି ବୈଠକରେ ଜିଲ୍ଲାପାଳ ସଡ଼କ ସୁରକ୍ଷା ମାସ ୨୦୨୧ର ଆବଶ୍ୟକତା ଉପରେ ଉଲ୍ଲେଖ କରି ସଡ଼କ ସୁରକ୍ଷା ଜୀବନ ରକ୍ଷା ଟ୍ରାଫିକ ନିୟମ ମାନିବା, ଦୁଇ ଚକିଆ ଗାଡି ଚଲାଇବା ସମୟରେ ହେଲମେଟ ବ୍ୟବହାର କରିବା, ଚାରିଚକିଆ ଯାନ ଚଳାଇବା ସମୟରେ ସିଟ୍ ବେଲ୍ଟ ବ୍ୟବହାର କରିବା ଏବଂ ସବୁବେଳେ ସଡ଼କ ସୁରକ୍ଷା ଆଇନକୁ କଡାକଡି ପାଳନ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହ ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଏକ ଭଲ ବସଷ୍ଟାଣ୍ଡ ତିଆରି ହେବାକୁ ଯାଉଥିବା ଜିଲ୍ଲାପାଳ କହିଥିଲେ।ବୈଠକ ଶେଷରେ ସଡ଼କ ଦୁର୍ଘଟଣା ଘଟିଥିବା ସମୟରେ ଲୋକଙ୍କୁ ସାହାଯ୍ୟ କରି ଜୀବନ ବଞ୍ଚାଇଥିବା କିଛି ବ୍ୟକ୍ତି ଉମେଶ ମାଝୀ, ଦୟାଦାନ ହରିଜନ, ସୁରଜ କୁମାର ଭୂମିଆ, ସୁଚିତ୍ରା ହାଲବାଙ୍କୁ ନବରଙ୍ଗପୁର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମାନପତ୍ର ଏବଂ କିଛି ପ୍ରୋତ୍ସାହନ ରାଶି ଅତିଥିମାନେ ପ୍ରଦାନ କରିଥିଲେ। ଏହା ବ୍ୟତୀତ ନବରଙ୍ଗପୁର ଆଞ୍ଚଳିକ ପରିବହନ ବିଭାଗ ଓ ନବରଙ୍ଗପୁର ପୋଲିସ ପକ୍ଷରୁ ନବରଙ୍ଗପୁର ହେଲମେଟ ଏବଂ ମାସ୍କ ବଣ୍ଟନ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ସମେତ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶୋଭରାଣୀ ମିଶ୍ର, ନବରଙ୍ଗପୁର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବିଭୁ ରଞ୍ଜନ ନାୟକ, ଟିଏସଆଇ ମିଥୁନ ପ୍ରଧାନ, ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ, ଅଶୋକ କୁମାର ଦେଓ, ଶ୍ରୀକାନ୍ତ ଶତପଥୀ, ନିର୍ମଳ ବିଭାର, ସୁଶୀଲ କୁମାର ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ବେହେରା, ବିକ୍ରମ ପରିଛା, ପିଣ୍ଟୁ ସାମନ୍ତ, ତପନ ପଟ୍ଟନାୟକ, ଦିଲ୍ଲୀପ ନାୟକ ଓ ଆଞ୍ଚଳିକ ପରିବହନ ବିଭାଗର ସମସ୍ତ କର୍ମଚାରୀ, ପୋଲିସ କର୍ମଚାରୀ ଏବଂ ନବରଙ୍ଗପୁର ସହରର ବହୁ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Comment