ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବ ଲଦାଖରେ ଭାରତ ଓ ଚୀନ ସୀମାରେ ଉତ୍ତେଜନା ଲାଗି ରହିଥିଲା ବେଳେ ଏବେ ସିକିମ୍‌ ସୀମା ନକୁ ଲା’ରେ ଦୁଇ ଦେଶର ଯବାନ ମୁହାଁମୁହିଁ ହୋଇଛନ୍ତି। ଯବାନ ଭିତରେ ସଂଘର୍ଷ ଯୋଗୁଁ ଚୀନର ୨୦ ଜଣ ସୈନିକ ଓ ଭାରତର ୪ ଜଣ ସୈନିକ ଆହତ ହୋଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ଏହା ୩ ଦିନ ତଳର ଘଟଣା। ଚୀନର କିଛି ଯବାନ ଉତ୍ତର ସିକିମ ନକୁ ଲା’ରେ ଭାରତ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଭାରତୀୟ ସେନା ସେମାନଙ୍କୁ ବାଧା ଦେଇଥିଲେ। ଫଳରେ ଦୁଇ ଦେଶର ଯବାନ ହାତାହାତି ହୋଇଥିଲେ। ତେବେ ଭାରତର ପ୍ରତିରୋଧ ପରେ ଚୀନ ସେନା ପଛକୁ ଘୁଞ୍ଚିଥିବା ଜଣାପଡ଼ିଛି। ସୀମାରେ ଏବେ ସ୍ଥିତି ସ୍ଥିର ରହିଛି।

ସିକିମ୍‌ ସୀମାରେ ସଂଘର୍ଷ ଯୋଗୁଁ ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଉତ୍ତେଜନା କମ୍‌ କରିବା ପାଇଁ ପୂର୍ବ ଲଦାଖ ମେଲଡୋରେ ଭାରତ ଓ ଚୀନ ଭିତରେ ପୁଣିଥରେ କମାଣ୍ଡରସ୍ତରୀୟ ବୈଠକ ହୋଇଛି। ପାଖାପାଖି ୧୫ ଘଣ୍ଟା ଧରି ଚାଲିଥବା ଏହି ବୈଠକରେ ଆଲୋଚନାକୁ ନେଇ ସ୍ପଷ୍ଟ ସୂଚନା ମିଳିନାହଁ।

LEAVE A REPLY

Please enter your comment!
Please enter your name here