ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା କୋଟପାଡ଼ ସିନ୍ଧିଗା ନିକଟରେ ରବିବାର ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଠିଛି। ଏକ ପିକ୍‌ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଓ ଅଗ୍ନିଶମ ବିଭାଗ ସହାୟତାରେ ୧୩ ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି।

ଛତିଶଗଡ଼ କଲଚା ଗ୍ରାମରୁ ଏକ ପିକ୍‌ଅପରେ ୩୫ରୁ ଊର୍ଦ୍ଧ୍ଵ ଯାତ୍ରୀ ନିଜ ସମ୍ପର୍କୀୟଙ୍କ ଦଶାହ କାମରେ ଯୋଗ ଦେଇ ଘରକୁ ଫେରୁଥିଲେ। ମୁର୍ତାହାଣ୍ଡି ପାଖରେ ପହଞ୍ଚିବା ପରେ ଭ୍ୟାନଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ପଡ଼ିଥିଲା। ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଛିଟିକି ପଡିଥିଲେ। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ସବୁ ଯାତ୍ରୀ ଆହତ ହୋଇଛନ୍ତି। ୧୩ ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଜଗଦଲପୁର ଡୋରନ ପାଲ ଡାକ୍ତରଖାନାକୁ ପଠାଯାଇଛି।

ଘଟଣାସ୍ଥଳରେ ମନ୍ତ୍ରୀ ପଦ୍ମିନୀ ଦିଆନ ପହଞ୍ଚି ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା ବ୍ୟବସ୍ଥା କରିବା ସହ ଛତିଶଗଡ଼ର କିଛି ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି। ରାତି ସମୟରେ ଏହି ଦୁର୍ଘଟଣା ହୋଇଥିଲା ଏବଂ ଘଟଣାସ୍ଥଳରେ ଅନ୍ଧକାର ହେତୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Comment