ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କର ୯ ମାସର ହଷ୍ଟେଲ ଫି’କୁ ଛାଡ଼ କରିଛନ୍ତି ରାଜ୍ୟ ସରକାର। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଫି’ ଛାଡ଼ କରାଯାଇଛି। ଏହା ଫଳରେ ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ।

୨୦୨୦ ଏପ୍ରିଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି’ ଛାଡ କରାଯାଇଛି। କୋଭିଡ କଟକଣା ସମୟରେ ଆଇଟିଆଇ ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରହୁ ନ ଥିଲେ। ତେଣୁ ସେମାନଙ୍କଠାରୁ ଏହି ୯ ମାସର ଫି’ ନିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ସରକାରୀ ଆଇଟିଆଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ଦେୟ ବାବଦରେ ମାସିକ ୧୨୫ ଟଙ୍କା ଦେଇଥାନ୍ତି। ଏହି ଫି’ ଛାଡ଼ ହେବା ପରେ ପ୍ରତ୍ୟେକ ଛାତ୍ରଛାତ୍ରୀ ୯ ମାସ ପାଇଁ ମୋଟ୍ ୧୧୨୫ ଟଙ୍କାର ଛାଡ ପାଇବେ।

Comment