ଓଡ଼ିଶାଲାଇଭ୍ ବ୍ୟୁରୋ

  • କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି ପାଇଁ ଭୁବନେଶ୍ଵରରେ ଆପୋଲୋର ସାଇକ୍ଲୋଥନ
  • ଅଂଶଗ୍ରହଣ କଲେ ୨୦୦ରୁ ଅଧିକ ସାଇକେଲ ଚାଳକ
  • କର୍କଟ ସ୍କ୍ରିନିଂ ପାଇଁ ଉନ୍ମୋଚନ ହେଲା ସ୍ଵତନ୍ତ୍ର ପ୍ୟାକେଜ୍

ବିଶ୍ଵ କର୍କଟ ଦିବସ ଅବସରରେ, କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରାଇବା ପାଇଁ ଭୁବନେଶ୍ଵରସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଗୁରୁବାର ଏକ ମେଗା ସାଇକ୍ଲୋଥନ ଆୟୋଜିତ ହୋଇଛି। ଆପୋଲୋ ହସ୍ପିଟାଲ ଏଣ୍ଟକପ୍ରାଇଜ୍ ଲିମିଟେଡର ଆଞ୍ଚଳିକ ସିଇଓ ସୁଧୀର ଏମ୍ ଦିଗୀକର୍ ପତାକା ଦେଖାଇ ଏହି ସାଇକ୍ଲୋଥନର ଶୁଭାରମ୍ଭ କରିଥିଲେ।

“କର୍କଟ ରୋଗର ଚିକିତ୍ସା ଏକ ଜରୁରୀ ସ୍ଵାସ୍ଥ୍ୟସେବା ଆବଶ୍ୟକତା ମଧ୍ୟରୁ ଗୋଟିଏ। ଭୁବନେଶ୍ଵରର ଆପୋଲୋ ହସ୍ପିଟାଲ ଓଡ଼ିଶାର ଲୋକମାନଙ୍କ ପାଇଁ ଉପଯୁକ୍ତ ମୂଲ୍ୟରେ କର୍କଟ ରୋଗର ଚିକିତ୍ସା ଯୋଗାଇ ଦେବାକୁ ଏକ ଉପଯୁକ୍ତ ଅନୁଷ୍ଠାନ ହୋଇପାରିଛି। ସଚେତନତା ହେଉଛି ରୋଗ ପ୍ରତିରୋଧର ପ୍ରଥମ ପଦକ୍ଷେପ। ତେଣୁ ଆଜି ଆୟୋଜିତ ଏହି ସାଇକ୍ଲୋଥନ୍ ଏବଂ ଅନ୍ୟାନ୍ୟ ଜନସଚେତନତା କାର୍ଯ୍ୟକ୍ରମ କର୍କଟ ରୋଗର ପ୍ରତିରୋଧ, ଯତ୍ନ ଏବଂ ଚିକିତ୍ସା ବିଷୟରେ ଲୋକଙ୍କୁ ଶିକ୍ଷା ଦେବାରେ ସହାୟକ ହେବ”, କହିଛନ୍ତି ସୁଧୀର ଏମ୍ ଦିଗୀକର୍।

ଏହି ଅବସରରେ ଶୀଘ୍ର ଚିହ୍ନଟ ଏବଂ ଉନ୍ନତ ଚିକିତ୍ସାରେ ସାହାଯ୍ୟକାରୀ କର୍କଟ ସ୍କ୍ରିନିଂ ପାଇଁ ସିଇଓ ସୁଧୀର ଏମ୍ ଦିଗୀକର୍ ସ୍ଵତନ୍ତ୍ର ପ୍ୟାକେଜ ଲଞ୍ଚ କରିଥିଲେ। ଯେଉଁମାନେ ସେମାନଙ୍କର ସ୍କ୍ରିନିଂକୁ ଅତି ସୁଲଭ ମୂଲ୍ୟରେ କରିବାକୁ ଚାହୁଁଛନ୍ତି ସେମାନଙ୍କ ନିମନ୍ତେ ଏହି ସ୍ଵତନ୍ତ୍ର ପ୍ୟାକେଜ ସହାୟକ ହେବା ବୋଲି ସୁଧୀର ଏମ୍ ଦିଗୀକର୍ କହିଥିଲେ।

ଏହି ସାଇକ୍ଲୋଥନରେ ୨୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇ କର୍କଟ ରୋଗର ନିରାକରଣ, ଯତ୍ନ ଏବଂ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରାୟ ୧୫ କିଲୋମିଟର ଯାତ୍ରା କରିଥିଲେ।

ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟମାନଙ୍କୁ ଗୁଣାତ୍ମାକ ତଥା ବ୍ୟାପକ କର୍କଟ ଚିକିତ୍ସା ଯୋଗାଇବା ପାଇଁ ସମସ୍ତ ଆଧୁନିକ ଯନ୍ତ୍ରପାତି, ପ୍ରଯୁକ୍ତିବିଦ୍ୟା, କ୍ଲିନିକାଲ୍ ବିଶେଷଜ୍ଞ ଏବଂ ପାରାମେଡିକାଲ କର୍ମଚାରୀଙ୍କ ସହିତ ଆପୋଲୋ କର୍କଟ କେନ୍ଦ୍ରରେ ସୁଦୃଢ଼ ଭିତ୍ତିଭୂମି ରହିଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ସର୍ଭିସେସ୍ ନିର୍ଦ୍ଦେଶକ ଡକ୍ଟର ଆଶିଷ ଚନ୍ଦ୍ର, କର୍କଟ ରୋଗରୁ ଆରୋଗ୍ୟ ଲାଭ କରିଥିବା ତଥା ଆଓ୍ଵାକେନର ପ୍ରତିଷ୍ଠାତା ପରିଚାଳନା ନିର୍ଦ୍ଦେଶକ ସ୍ଵାଗତିକା ଆଚାର୍ଯ୍ୟ, ଟାଟା କନସଲଟାନ୍ସି ସର୍ଭିସେସର ଭୁବନେଶ୍ଵର ଡେଲିଭରି ସେଣ୍ଟର ମୁଖ୍ୟ ସରିତା ମିଶ୍ର ଏବଂ ଓଲିଉଡ ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର ଉପସ୍ଥିତ ଥିଲେ।

ପ୍ରତିବର୍ଷ, ଫେବ୍ରୁଆରି ୪ ତାରିଖକୁ ବିଶ୍ଵ କର୍କଟ ଦିବସ ଭାବେ ପାଳନ କରାଯାଏ। ଏହି ବର୍ଷର ବିଷୟବସ୍ତୁ ହେଉଛି ‘ଟୁଗେଦର୍, ଅଲ ଆଓ୍ଵାର ଆକ୍ସନ ମ୍ୟାଟର’। ଏହି ଅବସରରେ ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ ଲେଖା ଏବଂ ପୋଷ୍ଟର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଗତ ୭ ଜାନୁଆରିରୁ ୨ ଫେବ୍ରୁଆରି ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ୭ରୁ ୧୮ ବର୍ଷ ବୟସର ଛାତ୍ରମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବର୍ଗର ବିଜେତାମାନଙ୍କୁ ପୁରସ୍କାର ଏବଂ ସ୍ଵୀକୃତିପତ୍ର ପ୍ରଦାନ କରାଯାଇଥିଲା।

Comment